www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ଏକାଦଶୀରେ ନିଶ୍ଚୟ କରନ୍ତୁ ଏହି କାର୍ଯ୍ୟ ; ମିଳିବ ଶୁଭଫଳ

ଆଜି ପଙ୍କୋଦ୍ଧାର ଏକାଦଶୀ। ଏହି ଦିନରେ ବିଜୟା ଏକାଦଶୀ ବ୍ରତ ମଧ୍ୟ ପାଳନ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଫାଲଗୁନ କୃଷ୍ଣ ପକ୍ଷର ଏକାଦଶୀରେ ଏହି ବ୍ରତ ପାଳନ କରାଯାଏ। ଏହାର ଖୁବ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ଯେକୌଣସି ବ୍ୟକ୍ତି ନିଷ୍ଠାର ସହ ପବିତ୍ର ମନରେ ଏହି ବ୍ରତର ପାଳନ କଲେ ଭଗବାନ ବିଷ୍ଣୁଙ୍କ ଅଶେଷ କୃପା ମିଳିବା ସହ ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ। ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ ଅନୁଯାୟୀ ଆଜି ଦିନରେ କିଛି ବିଶେଷ ଉପାୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ………
ବିଜୟା ଏକାଦଶୀରେ ସନ୍ଧ୍ୟା ସମୟରେ ମା’ବୃନ୍ଦାବତୀଙ୍କ ନିକଟରେ ଗାଈ ଘିଅରେ ଦୀପ ଲଗାଇ, ଓଁ ବାସୁଦେବାୟ ନମଃ ମନ୍ତ୍ର ଜପ କରନ୍ତୁ।ଏହାସହ ୧୧ ଥର ପରିକ୍ରମା କରନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିବା ସହ ଘରର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ଏହଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ।ପ୍ରଭୁଙ୍କୁ ଏହି ଫୁଲ ଖୁବ ପ୍ରିୟ। ଏହାଦ୍ୱାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ଏହି ଦିନ ଅଶ୍ୱତ୍ଥ ବୃକ୍ଷରେ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।
ଏହି ଦିନ ହଳଦିଆ ରଙ୍ଗର ଫଳ, ପୋଷାକ, ହଳଦୀ ମିଶ୍ରିତ ଚାଉଳ, ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ।ଏହାପରେ ଏହି ଜିନିଷକୁ ଅସହାୟ ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ପ୍ରଭୁଙ୍କ ବିଶେଷ କୃପା ମିଳିଥାଏ।
ଏହିଦିନ ପ୍ରଭୁ ବିଷ୍ଣୁଙ୍କ ନିକଟରେ ଖିରୀ ଭୋଗ କରନ୍ତୁ। ଖିରୀରେ ତୁଳସୀ ପତ୍ର ନିଶ୍ଚୟ ପକାନ୍ତୁ।ଏହା ଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିବା ପରିବାର ସଦସ୍ୟଙ୍କ ସହ ସ୍ନେହ ଓ ଭଲ ପାଇବା ରହିଥାଏ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories