www.samajalive.in
Friday, December 12, 2025
15.1 C
Bhubaneswar

ଆଜି ମୈତ୍ରୀ ସେତୁ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆାଜି(ମଙ୍ଗଳବାର) ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦ୍‍ଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିପୁରାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‍ଘାଟନ କରିବା ସହିତ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ମୈତ୍ରୀ ସେତୁ ତ୍ରିପୁରା ଏବଂ ବାଙ୍ଗଲାଦେଶର ସୀମା ଦେଇ ପ୍ରବାହିତ ଫେନି ନଦୀ ଉପରେ ନିର୍ମାଣ କରାଯାଇଛି। ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ସେତୁର ନାମ ମୈତ୍ରୀ ସେତୁ ରଖାଯାଇଛି।

୧୩୩ କୋଟି ଟଙ୍କାର ବ୍ୟୟ ଅଟକଳରେ ଜାତୀୟ ରାଜପଥ ଏବଂ ଭିତ୍ତିଭୂମି ବିକାଶ ନିଗମ ଦ୍ୱାରା ଏହି କାର୍ଯ୍ୟ ହାତକୁ ନିଆଯାଇଥିଲା। ୧ଦଶମିକ ୯ କିଲୋମିଟର ଦୀର୍ଘ ଏହି ସେତୁ ଭାରତର ସବ୍ରୁମ୍‍ ସହିତ ବାଙ୍ଗଲାଦେଶର ରାମଗଡ଼କୁ ସଂଯୋଗ କରୁଛି। ଏହା ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ବାଣିଜ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବ। ଏହାର ଉଦ୍‍ଘାଟନ ସହିତ ତ୍ରିପୁରା ଉତ୍ତର ପୂର୍ବାଞ୍ଚଳର ନୂତନ ପ୍ରବେଶ ଦ୍ୱାର ହୋଇପାରିବ। ଏହା ବାଙ୍ଗଲାଦେଶର ଚିଟାଗଙ୍ଗ ବନ୍ଦର ସହିତ ସିଧାସଳଖ ସଂଯୋଗ ସ୍ଥାପନ କରିବ, ଯାହାକି ସବ୍ରୁମ୍‍ଠାରୁ ମାତ୍ର ୮୦ କିଲୋମିଟର ଦୂର ହେବ।

- Advertisement -

ପ୍ରଧାନମନ୍ତ୍ରୀ ସବ୍ରୁମ୍‍ଠାରେ ଏକ ସମନ୍ୱିତ ଚେକ୍‍ପୋଷ୍ଟ ପାଇଁ ଶିଳାନ୍ୟାସ କରିବେ। ଏହା ଦୁଇଦେଶ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନକୁ ସହଜ କରିବ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକ ପାଇଁ ନୂଆ ବଜାର ସୃଷ୍ଟି କରିବ ଏବଂ ବାଙ୍ଗଲାଦେଶ ଓ ଭାରତ ମଧ୍ୟରେ ବାଧାମୁକ୍ତ ଯାତ୍ରୀ ପରିବହନ ସୁନିଶ୍ଚିତ ହୋଇପାରିବ। ଏହି ପ୍ରକଳ୍ପ ୨୩୨ କୋଟି ଟଙ୍କା ବ୍ୟୟରେ ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ ଦ୍ୱାରା ନିର୍ମାଣ କରାଯାଉଛି। ପ୍ରଧାନମନ୍ତ୍ରୀ କୈଲାସହରରେ ଉନ୍ନାକୋଟି ଜିଲ୍ଲା ମୁଖ୍ୟାଳୟକୁ ଖୋବାଇ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରୁଥିବା ୨୦୮ ନମ୍ବର ଜାତୀୟ ରାଜପଥର ଶିଳାନ୍ୟାସ କରିବେ। ଏହା ୪୪ ନମ୍ବର ଜାତୀୟ ରାଜପଥ ପାଇଁ ଏକ ବିକଳ୍ପମାର୍ଗ ହେବ। ୧୭୮ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହିତ ୮୦ କିଲୋମିଟର ଦୀର୍ଘ ଏନ୍‍.ଏଚ୍‍.-୨୦୮ ପ୍ରକଳ୍ପକୁ ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ନିର୍ମାଣ କରିବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୬୩ଦଶମିକ୍‍ ୭/୫ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ଜିଲ୍ଲା ସଡ଼କ ଗୁଡ଼ିକୁ ଉଦ୍‍ଘାଟନ କରିବେ। ଏହାଦ୍ୱାରା ତ୍ରିପୁରାର ଲୋକମାନଙ୍କୁ ସବୁଦିନିଆ ସଡ଼କ ଯୋଗାଯୋଗର ସୁବିଧା ମିଳିବ। ପ୍ରଧାନମନ୍ତ୍ରୀ ୮୧୩ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦରେ ନିର୍ମାଣ ହୋଇଥିବା ୪୦ହଜାର ୯୭୮ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ବାସଗୃହର ଉଦ୍‍ଘାଟନ କରିବେ। ସେ ମଧ୍ୟ ଅଗରତାଲା ସ୍ମାର୍ଟ୍‍ସିଟି ମିଶନ୍‍ ଅଧୀନରେ ନିର୍ମିତ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦ୍‍ଘାଟନ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories