www.samajalive.in
Sunday, December 14, 2025
16.1 C
Bhubaneswar

ବୀର ଯବାନଙ୍କ ମହାବିଦ୍ୟାଳୟ

କେବଳ ଚଣ୍ଡିଗଡ଼ ନୁହେଁ, ବରଂ ପୂରା ଦେଶରେ ସ୍ଥାନୀୟ ସେକ୍ଟର ୧୦ର ଡିଏଭି ମହାବିଦ୍ୟାଳୟ ‘ବୀର ଯବାନ୍‌ଙ୍କ ମହାବିଦ୍ୟାଳୟ’ ଭାବେ ପରିଚିତ। ଏହି ମହାବିଦ୍ୟାଳୟ ୨-୩ଜଣ ଛାତ୍ର ନୁହେଁ, ୧୨ଜଣ ଛାତ୍ର ଭାରତର ବିଭିନ୍ନ ପ୍ରାନ୍ତର ଯୁଦ୍ଧରେ ସହିଦ୍ ହୋଇଛନ୍ତି। ମହାବିଦ୍ୟାଳୟ ପ୍ରାଙ୍ଗଣରେ ସହିଦ୍‌ଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ଦୈନିକ ଏଠା କର୍ତ୍ତୃପକ୍ଷ ପ୍ରତିମୂର୍ତ୍ତିରେ ଫୁଲମାଳ ଚଢ଼ାଇବା ପରେ ହିଁ କ୍ଲାସ୍ ଆରମ୍ଭ ହୋଇଥାଏ। ପ୍ରତି ବର୍ଷ ୨୪୦ଜଣ ଛାତ୍ରଛାତ୍ରୀଙ୍କୁ ଏନସିସି ସାର୍ଟିଫିକେଟ୍ ପ୍ରଦାନ କରୁଥିବା ଡିଏଭି ମହାବିଦ୍ୟାଳୟରୁ ଗତ ୧୦ ବର୍ଷ ମଧ୍ୟରେ ୬୦ଜଣ ଛାତ୍ର ଭାରତୀୟ ସୈନ୍ୟବାହିନୀରେ ନିଯୁକ୍ତି ପାଇଛନ୍ତି। ସହିଦ୍ ହୋଇଥିବା ପୂର୍ବତନ ଛାତ୍ରଙ୍କ ମଧ୍ୟରୁ କ୍ୟାପ୍ଟେନ୍ ବିକ୍ରମ ବାତ୍ରା ପରମବୀର ଚକ୍ରରେ ସମ୍ମାନିତ ହୋଇଥିବାବେଳେ ମେଜର୍ ସନ୍ଦୀପ ସାଗର ମଧ୍ୟ ସେହି ସମ୍ମାନ ପାଇଛନ୍ତି। ମହାବିଦ୍ୟାଳୟର ଜନୈକ ପ୍ରଫେସର ରବୀନ୍ଦ୍ର ଡୋଗରା କହିଛନ୍ତି ସହିଦ୍ ୧୨ଜଣ ଛାତ୍ରଙ୍କ ନାମ ସେ କେବେହେଲେ ଭୁଲିପାରିବେ ନାହିଁ। ଏ ସମସ୍ତେ ତାଙ୍କର ପ୍ରିୟ ଥଲେ କିନ୍ତୁ ସନ୍ଦୀପ ସହ ପ୍ରଫେସରଙ୍କର ଏକ ନିବିଡ଼ ବନ୍ଧୁତା ଥିଲା। ସନ୍ଦୀପ ସେନାବାହିନୀରେ ଭର୍ତ୍ତି ହେବା ପୂର୍ବରୁ ପ୍ରଫେସର ଡୋଗରା କହୁଥିଲେ, ସନ୍ଦୀପ, ତୁ ମୁମ୍ବଇ ଯାଇ ଅଭିନେତା ହେବା ପାଇଁ ପ୍ରସ୍ତୁତି କର। ସନ୍ଦୀପ ଅଧ୍ୟାପକଙ୍କର ଏଭଳି କଥାରେ ହସିଦିଅନ୍ତି। ତେବେ ଆରମ୍ଭରୁ ହିଁ ସନ୍ଦୀପଙ୍କର ସେନାବାହିନୀରେ ଭର୍ତ୍ତି ହେବାର ଲକ୍ଷ୍ୟ ଥିଲା। ସ୍ଥାନୀୟ ଅଞ୍ଚଳରେ ଏହି ମହାବିଦ୍ୟାଳୟ ‘ବୀର ଯବାନ୍‌ଙ୍କ ମହାବିଦ୍ୟାଳୟ’ ନାମରେ ପରିଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories