www.samajalive.in
Friday, December 12, 2025
16.1 C
Bhubaneswar

ନବରଙ୍ଗପୁରରେ ମହା କୃଷକ ରାଲି, ହଜାର ହଜାର ଚାଷୀ ସାମିଲ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରୁ ଗତ ୩ରେ ଆରମ୍ଭ ହୋଇଥିବା କୃଷକ ପଦଯାତ୍ରା ଆଜି ପଞ୍ଚମ ଦିନରେ ପାପଡାହାଣ୍ଡି ସହିଦ ପିଠରେ ପହଂଚିଛି। ମଣ୍ଡିରେ ଦୁର୍ନୀତି ଏବଂ ଚଳିତ ବର୍ଷ କୃଷକମାନଙ୍କ ଉପରେ ଜୁଲମ ହୋଇଥିବା ଏବଂ ମଣ୍ଡିରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଧାଫାଶ ସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କୃଷକ ନେତା ଖେମରାଜ ବାଘଙ୍କ ନେତୃତ୍ୱରେ ଚନ୍ଦାହାଣ୍ଡି ଠାରୁ ନବରଙ୍ଗପୁର ୧୫୦ କିମି ଦୂର ପଦଯାତ୍ରା କରି ନବରଙ୍ଗପୁର ଠାରେ ପହଂଚି ଏଠାରେ ମହା କୃଷକ ରାଲି କରି ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ମହାମାୟୀ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ୨୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ୩ରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ୫ ଦିନ ମଧ୍ୟରେ ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ ହୋଇଅଛି । ଏହି ଆନ୍ଦୋଳନ ୪ଦିନ ୪ ରାତି ଚାଲିବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ କେହି ବି ଜଣେ ଆସିନଥିବା ଅଭିଯୋଗ କରିଛନ୍ତି ଖେମରାଜ । ପାପଡାହାଣ୍ଡିରେ କୃଷକଙ୍କ ପଦଯାତ୍ରା ପହଂଚିବା ପରେ ଏଠାରେ ସ୍ଥାନୀୟ କୃଷକ ମାନଙ୍କ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଠାରେ ରାତ୍ରିଯାପନ ପରେ କାଲି ୮ ତାରିଖରେ ନବରଙ୍ଗପୁର ଠାରେ ପଦଯାତ୍ରା ପହଂଚିବା ପରେ ଜିଲାସ୍ତରୀୟ କୃଷକମାନେ ବହୁ ସଂଖ୍ୟାରେ ନବରଙ୍ଗପୁର ଠାରେ ପହଂଚି କୃଷକ ମହାରାଲି କରିବା ସହ ଜିଲ୍ଲାପ୍ରଶାସନ ସହ ଆଲୋଚନା କରି ତାଙ୍କୁ କଡା ଜବାବ ଦିଆଯିବ ବୋଲି ଖେମରାଜ କହିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories