www.samajalive.in
Saturday, December 6, 2025
16.1 C
Bhubaneswar

ନୁହେଁ ମୁଁ ଭିନ୍ନକ୍ଷମ, ମୁଁ ହେଉଛି ସକ୍ଷମ…

କଥାରେ ଅଛି ଭଗବାନଙ୍କ ଆଶୀର୍ବାଦ ଥିଲେ ମୁକ ବାଚାଳ ହୋଇପାରେ ଆଉ ପଙ୍ଗୁ ବି ଗିରି ଲଙ୍ଘନ କରିପାରେ। ଲୋଡ଼ା ଖାଲି ଦୃଢ଼ ଆତ୍ମବିଶ୍ବାସ ଓ ସହଯୋଗ। ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରେ।

ଏ ହେଉଛନ୍ତି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମାଳତୀ ପୁର ଗ୍ରାମର ଦାମୋଦର ଶବର। ଘରେ ତାଙ୍କର ମା ଓ ସାତ ଭଉଣୀ। ଜନ୍ମରୁ ଦାମଙ୍କ ଗୋଡ ପୋଲିଓ ଆକ୍ରାନ୍ତ। ପୋଲିଓ ହୋଇଥିବାରୁ ତାଙ୍କ ଅଜା ଛୋଟ ବେଳେ ଏକ କାଠର ଶଗଡ଼ ଗାଡ଼ି କରି ତାଙ୍କୁ ଚାଲିବା ଶିଖେଇ ଥିଲେ। ବାପାଙ୍କ ଅନ୍ତେ ବଡ଼ ପରିବାର ହୋଇଥିବାରୁ ସମସ୍ତ ଦାୟିତ୍ୱ ଦାମଙ୍କ ଉପରେ ପଡିଥିଲା। ତେଣୁ ସେ ଶାରୀରିକ ଅକ୍ଷମ ଥିବା ସତ୍ତ୍ୱେ ଉପାର୍ଜନ ଲାଗି ବାଟ ଖୋଜିଲେ। ଇତି ମଧ୍ୟରେ ଘରେ ରହି ସାଇକଲ ଓ ଛୋଟ ଦୁଇ ଚକିଆ ଗାଡ଼ି ମରାମତି କାର୍ଯ୍ୟ କରି ପରିବାର ଚଳାଇ ଆସୁଥିଲେ। ସରକାରଙ୍କ ତରଫରୁ ଭିନ୍ନକ୍ଷମ ଭତ୍ତା କିଛି ମିଳୁଥିବା ବେଳେ ଘର ଖଣ୍ଡେ ମିଳିପାରି ନାହିଁ। ତେଣୁ ବହୁ କଷ୍ଟରେ ସଂଘର୍ଷ କରି ସ୍ୱାବଲମ୍ବୀ ହେବା ଲକ୍ଷ୍ୟରେ ଆଗଭର ହୋଇଥିଲେ ଦାମ ।

- Advertisement -

କିଛି ଅର୍ଥ ସଞ୍ଚୟ କରି ଏବେ ଗୋଟିଏ ଅଟୋ କିଣି ନିଜେ ଚଳାଉଛନ୍ତି ଦାମୋଦର। ବେଶ ଦୁଇ ପଇସା ରୋଜଗାର କରିବା ସହ ଇତି ମଧ୍ୟରେ ୫ ଭଉଣୀଙ୍କ ବିବାହ କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି। ବର୍ତ୍ତମାନ ଘରେ ଥିବା ମା ଓ ଦୁଇ ଭଉଣୀଙ୍କୁ ଚଳାଇ ପାଠ ପଢ଼ାରେ ମଧ୍ୟ ସାହାଯ୍ୟ କରୁଛନ୍ତି। ଦାମୋଦରଙ୍କ ଏଭଳି କାର୍ଯ୍ୟ ପରେ କିଏ କହିବ ତାଙ୍କୁ ଭିନ୍ନକ୍ଷମ ? ଭିନ୍ନକ୍ଷମ ହୋଇ ମଧ୍ୟ ସେ ଆଜି ସକ୍ଷମ ଓ ସ୍ୱାବଲମ୍ବୀ। ନିଜପାଇଁ ଆଜି ସେ ଅନ୍ୟ ଉପରେ ନିର୍ଭର ନୁହଁନ୍ତି । ଯାହାକି ଅନ୍ୟ ପାଇଁ ଉଦାହରଣ ଓ ପ୍ରେରଣାର ମାଧ୍ୟମ ପାଲଟିଛି।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories