ମାଲକାନଗିରିି : ମାଲକାନଗିରିି ଆନ୍ଧ୍ରପ୍ରଦେଶ ସିମାନ୍ତ ବିଶାଖାପାଟଣା ଜିଲ୍ଲାରେ ମାଓ ହିଂସା ଘଟିଛି । ପୁଲିସ ଇନଫର୍ମର ସନ୍ଦେହରେ କଲେ ଲାଲ୍ ବାହିନୀ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଡେମ ଥାନା ଅନ୍ତର୍ଗତ କୋଟାପାଲମ୍ ଗ୍ରାମ ବାସିନ୍ଦା କୋରା ପିଲ୍କୁ ପୁର୍ବରୁ ନକ୍ସଲ ସଂଗଠନରେ ଯୋଗ ଦେଇ ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ହେଲେ ମାଓବାଦୀ ମାନେ ତାଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଜଣାପଡିଛି । କୋଟାପାଲାମ ଗାଁର ଏକ ଘରେ ଶୋଇଥିବା ବେଳେ ତା’ ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ଗୋଡ ଓ ହାତକୁ ଦଉଡିରେ ବାନ୍ଧିବା ପରେ ତାଙ୍କୁ ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ନକ୍ସଲ ମାନେ ଛାଡିଥିବା ଏକ ଚିଠିରେ ଉଲ୍ଲେଖ ରହିଛି ଯେ ସେ ପୁଲିସର ସୂଚନାଦାତା ଭାବରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି।
Popular Categories



