www.samajalive.in
Saturday, December 6, 2025
23.1 C
Bhubaneswar

ଜନହିତ ବାଣୀର ଶୁଭାରମ୍ଭ

ଭୁବନେଶ୍ୱର : ବୁଧବାର ଅପରାହ୍ନ ୩ଟା ସମୟରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଏକ ହୋଟେଲ ରେ ସେଂଟର ଫର୍ ଆଡ୍ଭୋକେସୀ ଏଣ୍ଡ୍ ରିସର୍ଚ୍ଚ (ସି.ଏଫ୍.ଏ.ଆର୍) ଦ୍ୱାରା ଏକ ଜନହିତ ବାଣୀ କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ  ସି.ଏଫ୍.ଏ.ଆର୍ ତରଫରୁ (୮୮୦୦୪୨୧୪୪୪) ଏକ ନିଃଶୁଳ୍କ ନମ୍ବର ସମସ୍ତ ଗରିବ ଲୋକଙ୍କ ପାଇଁ ସାର୍ବଜନୀନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବିଭିନ୍ନ ସାହିରୁ ହେଲ୍ପ ଡେସ୍କ ସଦସ୍ୟା, ମହିଳା ଆରୋଗ୍ୟ ସମିତିର ସଦସ୍ୟା ଏବଂ ଗୋଷ୍ଠୀ ନେତ୍ରୀ ଙ୍କ ସମେତ ୪୫ ରୁ ଅଧିକ ମହିଳା ଯୋଗ ଦେଇଥିଲେ। ସି.ଏଫ୍.ଏ.ଆର୍ ର ପ୍ରକଳ୍ପ ପରିଚାଳିକା ମମତା ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଶ୍ରୀମତୀ ସିଂ ତାଙ୍କ ବକ୍ତବ୍ୟରେ ସି.ଏଫ୍.ଏ.ଆର୍ କିଭଳି ଭୁବନେଶ୍ୱରର ୭୭ଟି ବସ୍ତି ଏବଂ ୮ଟି ୱାର୍ଡ ରେ ସିଙ୍ଗିଲ୍ ୱିଣ୍ଡୋ ଏବଂ ବିଭିନ୍ନ ସାହିରେ ହେଲ୍ପ୍ ଡେସ୍କ୍ ସ୍ଥାପନ ମାଧ୍ୟମରେ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ପାରିଛି ଏବଂ ଆଗକୁ ମଧ୍ୟ କରିବାର ଯୋଜନା ରଖିଛି ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ସୁକାନ୍ତ କୁମାର ସାହୁ (କେନ୍ଦ୍ର ସଂଯୋଜକ) ଜନହିତ ବାଣୀ ଶୁଭାରମ୍ଭର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ନିଃଶୁଳ୍କ ନମ୍ବର ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକ ବିଷୟରେ ସବିଶେଷ ସୂଚନା ପାଇବା , ନିଜର ମତାମତ ଏବଂ ଅସୁବିଧା ସମ୍ପର୍କିତ ତଥ୍ୟ ରେକଡିଂ କରି ବିଭିନ୍ନ ବିଭାଗୀୟ ଅଫିସରଙ୍କର ଦୃଷ୍ଟି ଆକର୍ଷଣ କରି ସମସ୍ୟା ଗୁଡିକର ସରଳ ସମାଧାନ କରିହେବ ବୋଲି ସେ କହିଥିଲେ।
ସମ୍ମାନନୀୟ ଅତିଥି ଭାବରେ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷା-ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ , ଓଡିଶା, ଯୋଗ ଦେଇ ସି.ଏଫ୍.ଏ.ଆର୍ ସମସ୍ତ ବସ୍ତିରେ ଶିଶୁ ମାନଙ୍କର ଅଧିକାର ଅକ୍ଷୁର୍ଣ୍ଣ ରଖିବାକୁ କାର୍ଯ୍ୟ କରୁଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥିଗଣ ଶିଶୁମାନଙ୍କର ବିକାଶ ଏବଂ ସମାଜର ଭୂମିକା ସମ୍ପର୍କରେ ପ୍ରକାଶ କରିଥିଲେ।
ଦେବସ୍ମିତା ରାଉତ (ସହ ପ୍ରକଳ୍ପ ସଂଯୋଜିକା) କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପରିଶେଷରେ  ଐଶୁରିୟା ମହାନ୍ତି (କେନ୍ଦ୍ର ସଂଯୋଜିକା – (ସରକାରୀ ଦପ୍ତର) ଧନ୍ୟବାଦ ଅର୍ପଣ କରି କାର୍ୟ୍ୟକ୍ରମ କୁ ସମାପ୍ତି ଘୋଷଣା କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories