www.samajalive.in
Friday, December 12, 2025
14.1 C
Bhubaneswar

ଶିମିଳିପାଳ ଅଭୟାରଣ୍ୟରେ ନିଆଁ, ଆଜି ସରକାରଙ୍କୁ ଦେବେ ରିପୋର୍ଟ

ବାରିପଦା: ୧୦ ଦିନ ଧରି ଶିମିଳିପାଳ ଅଭୟାରଣ୍ୟର ବିରଳ ଜୈବମଣ୍ଡଳ ପାଦଦେଶ ଓ ଗତ ତିନିଦିନ ଧରି ଆଭ୍ୟନ୍ତରୀଣ ଅଞ୍ଚଳରେ ନିଆଁ ଲାଗିବା ଉଦ୍‌ବେଗର ବିଷୟ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ନିଆଁ ଲାଗିବା କାରଣର ତଦନ୍ତ ଓ ପ୍ରତିକାର ପାଇଁ ତତ୍ପର ହୋଇଛନ୍ତି। ଏ ପରିପ୍ରେକ୍ଷୀରେ ବନ ବିଭାଗର ୱାଇଲ୍ଡ ଲାଇଫ ପିସିସିଏଫ ଶଶି ପାଲ ଶିମିଳିପାଳ ଗସ୍ତରେ ଆସିଛନ୍ତି। ଆଜି ସେ ନିଆଁ ଲାଗିବାର କାରଣ ଓ ପ୍ରତିକାର ସମ୍ପର୍କରେ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ।

ପ୍ରାୟ ୫ ହଜାର ବର୍ଗକିଲୋମିଟର ଅଞ୍ଚଳ ମଧ୍ୟରୁ ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳ ସହ ୫ଟି ବନଖଣ୍ଡରୁ ପ୍ରାୟ ୧୦ଟିରୁ ଊର୍ଦ୍ଧ୍ବ ବନାଞ୍ଚଳରେ ନିଆଁ ଲାଗିଛି। ସେଥିମଧ୍ୟରୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ବରେହିପାଣି, ଅସ୍ତକୁଅଁର ଓ ପିଠାବଟା ଆଦି ବନାଞ୍ଚଳରେ ନିଆଁ ଲାଗିବା ସହ ଏହାର କୋର୍‌ ଅଞ୍ଚଳରେ ମଧ୍ୟ ନିଆଁ ଲାଗିଥିବାର କୁହାଯାଉଛି। ଆଭ୍ୟନ୍ତରୀଣ ଜଙ୍ଗଲରେ ନିଆଁ ଲାଗିବା ଶିକାରୀଙ୍କ କାର୍ଯ୍ୟ ବୋଲି ମତପ୍ରକାଶ ପାଉଛି। ଶିମିଳିପାଳ ଅଭୟାରଣରେ ଥିବା ୨୧ଟି ରେଞ୍ଜରୁ ୮ଟିରେ ନିଆଁ ଲାଗିଥିବା କୁହାଯାଉଛି। ଫଳରେ ବହୁ ଔଷଧୀୟ ଗୁଳ୍ମଲତା ପୋଡ଼ି ପାଉଁଶ ହୋଇ ଯାଇଥିବାବେଳେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ନିଆଁ ଲିଭାଇବା ପାଇଁ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଙ୍ଗଲ ଜଗୁଆଳି ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏହାସହ ୪୦ ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି।

- Advertisement -

ଅଗ୍ନି ନିୟନ୍ତ୍ରଣାଧୀନ: ମୁଖ୍ୟମନ୍ତ୍ରୀ

ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନି ନିୟନ୍ତ୍ରଣାଧୀନ ଅଛି। ଅଗ୍ନି ଅଧିକ ନ ବ୍ୟାପିବା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଶିମିଳିପାଳ ଅଭୟାରଣ୍ୟ ଅଗ୍ନିକାଣ୍ଡଜନିତ ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି କହିଛନ୍ତି ଯେ ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ ସମଗ୍ର ବିଶ୍ବ ପାଇଁ ଅମୂଲ୍ୟ ସମ୍ପଦ। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛି। ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ବୈଠକରେ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଜଙ୍ଗଲ ଓ ପରିବେଶ ବିଭାଗ ଡା. ମୋନା ଶର୍ମା କହିଛନ୍ତି ଯେ ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି।

ଆଜି ସରକାରଙ୍କୁ ଦେବେ ରିପୋର୍ଟ

ଶିମିଳପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଉପରେ ତଦନ୍ତ କରିବାକୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ)ଙ୍କ ନେତୃତ୍ବରେ ଏକ ଟିମ ଆଜି ମୟୂରଭଞ୍ଜ ଗସ୍ତ କରିଛି। ସ୍ଥିତି ଅନୁଧ୍ୟାନ ପରେ ଆଜି ଉକ୍ତ ଟିମ୍‌ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଆଜି ଏ ସମ୍ପର୍କରେ କହିଛନ୍ତି ଘଟଣାର ଅନୁଧ୍ୟାନ ପାଇଁ ପିସିସିଏଫ୍ ବନ୍ୟଜନ୍ତୁଙ୍କ ସମେତ ଏକ ଟିମ୍‌ ଶିମିଳିପାଳ ଯାଇଛନ୍ତି। କିପରି ଓ କାହିଁକି ନିଆଁ ଲାଗିଲା ସେ ନେଇ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦକ୍ଷେପ ନେବେ। ଗୁରୁବାର ସୁଦ୍ଧା ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories