www.samajalive.in
Friday, December 12, 2025
14.1 C
Bhubaneswar

ସରକାର ବିରୋଧୀ ମତ ଦେଶଦ୍ରୋହ ନୁହେଁ – ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ନ୍ୟାସନାଲ କନ୍‌ଫରେନ୍ସ ମୁଖ୍ୟ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଦେଶଦ୍ରୋହ ମାମଲାରେ ଆଶ୍ବସ୍ତି ମିଳିଛି। ବୁଧବାର ସୁପ୍ରିମ୍‌କୋର୍ଟ ତାଙ୍କ ବିରୋଧରେ ଦାୟର ହୋଇଥିବା ଏ ସଂକ୍ରାନ୍ତ ମାମଲାକୁ ଖାରଜ କରିଦେଇଛନ୍ତି। ସମ୍ବିଧାନର ଧାରା ୩୭୦ ପ୍ରତ୍ୟାହାର ପ୍ରସଙ୍ଗରେ ଫାରୁକ୍‌ ଦେଇଥିବା ମନ୍ତବ୍ୟକୁ ନେଇ ଜନୈକ ରଜତ ଶର୍ମା ଓ ନେହା ଶ୍ରୀବାସ୍ତବଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଥିଲା। ଏହାକୁ ଖାରଜ କରି ଜଷ୍ଟିସ୍‌ ହେମନ୍ତ ଗୁପ୍ତା ଓ ସଞ୍ଜୟ କିଷନ୍‌ କୌଲ୍‌ଙ୍କୁ ନେଇ ଗଠିତ ପୀଠ ସ୍ପଷ୍ଟ କରିଛନ୍ତି ଯେ ସ୍ବାଧୀନ ଅଭିବ୍ୟକ୍ତି ଓ ସରକାରକୁ ସମାଲୋଚନାମୂଳକ ମନ୍ତବ୍ୟ କିମ୍ବା କାହାର ଅସନ୍ତୋଷକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ। ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା କିମ୍ବା ଭିନ୍ନ ମତପୋଷଣ କଦାପି ଦେଶଦ୍ରୋହ ନୁହେଁ ବୋଲି ପୀଠ ମତ ଦେଇଛନ୍ତି। ମାମଲାକୁ ଖାରଜ କଲାବେଳେ ପୀଠ ଆବେଦନକାରଙ୍କୁ ୫୦ ହଜାର ଟଙ୍କା ​ଜୋରିମାନା କରିଛନ୍ତି।

ସୂଚନାଯୋଗ୍ୟ ଯେ ଫାରୁକ ୨୦୨୦ରେ ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ ଧାରା ୩୭୦ ଉଚ୍ଛେଦ ଯୋଗୁଁ ଚୀନ ଅସନ୍ତୁଷ୍ଟ ହୋଇଛି; ତେଣୁ ଏହାକୁ ପୁନର୍ବାର ଲାଗୁ କରାଯିବା ଉଚିତ। ଚୀନ ସମର୍ଥନରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିବା ତାଙ୍କର ଇଚ୍ଛା। ଏଭଳି ମନ୍ତବ୍ୟ ଦେଶଦ୍ରୋହ ଅପରାଧମୂଳକ ବୋଲି ଦର୍ଶାଇ ଉପରୋକ୍ତ ଦୁଇ ଆବେଦନକାରୀ ଫାରୁକଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories