www.samajalive.in
Friday, December 12, 2025
14.1 C
Bhubaneswar

ବିବନକୁ ଚିହ୍ନଟ କଲେ ଅଞ୍ଜନା

ଭୁବନେଶ୍ବର: ବହୁଚର୍ଚ୍ଚିତ ବାରଙ୍ଗ ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ୍‌ ବିବେକାନନ୍ଦ ବିଶ୍ବାଳକୁ ୨୨ ବର୍ଷ ପରେ ପୀଡ଼ିତା ଅଞ୍ଜନା ମିଶ୍ର ବୁଧବାର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଟିଆଇ ପରେଡ଼ରେ ଚିହ୍ନଟ କରିଛନ୍ତି। ସେହିପରି ଏହି ଘଟଣାର ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ ତଥା ଅଞ୍ଚନାଙ୍କ କାର୍ ‌ଚାଳକ ନୀଳକଣ୍ଠ ରାଉତ ମଧ୍ୟ ଏହି ଟିଆଇ ପରେଡ୍‌ରେ ସାମିଲ ହୋଇଥିଲେ। ସେ ମଧ୍ୟ ବିବନକୁ ଚିହ୍ନଟ କରିଥିଲେ ବୋଲି ଅଞ୍ଜନା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଗତ ଫେବୃଆରୀ ୨୨ରେ କମିସନରେଟ୍‌ ପୁଲିସ ଗିରଫ କରିଥିଲା। ବିବନର ଟିଆଇ ପରେଡ କରାଯିବା ଲାଗି ସ୍ଥାନୀୟ ସ୍ବତନ୍ତ୍ର ସିଜେଏମ୍‌(ସିବିଆଇ)ଙ୍କ କୋର୍ଟରେ ସିବିଆଇର ତଦନ୍ତକାରୀ ଅଧିକାରୀ ସୁଜିତ ପାଉଲ୍‌ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦେଶ ପରେ ଝାରପଡ଼ା ଜେଲ୍‌ରେ ଏନେଇ ବୁଧବାର ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିଲା। ଅପରାହ୍ଣ ପ୍ରାୟ ୩ଟା ପାଖାପାଖି ଜେଏମ୍‌ଏଫ୍‌ସି ସୁଜାଲିନ୍ ମହାନ୍ତିଙ୍କ ଉପସ୍ଥିତିରେ ଏହି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତକୁ ସାମ୍‌ନା କରିଥିଲେ ଅଞ୍ଜନା। ଏହି ଜଘନ୍ୟ ଅପରାଧୀକୁ ମାଜିଷ୍ଟ୍ରେଟ୍‌ଙ୍କ ସାମ୍‌ନାରେ ସେ ଚିହ୍ନିଥିଲେ। ସମାନ ଉଚ୍ଚତା ଓ ଚେହେରା ଥିବା ଭଳି ୧୦ ଜଣଙ୍କ ସହିତ ବିବନକୁ ଛିଡ଼ା କରାଯାଇଥିଲା। ୧୦ ମିନିଟ୍‌ର ଏହି ପରେଡ୍‌ରେ ଅଞ୍ଜନା ଅଭିଯୁକ୍ତକୁ ଚିହ୍ନଟ କରିଥିଲେ।

- Advertisement -

ଚିହ୍ନଟ ପ୍ରକ୍ରିୟା ପାଇଁ ଜେଲ୍‌ ଭିତରକୁ ଯିବା ବେଳେ ଅଞ୍ଜନା ଗଣମାଧ୍ୟମ ପ୍ରତିନିଧିଙ୍କୁ ବିବନକୁ ଚିହ୍ନଟ କରିବା କଷ୍ଟକର ହେବ ବୋଲି କହିଥିଲେ। ତଥାପି କାରାଗାର ଭିତରେ ସେ ଚିହ୍ନଟ କରିଥିଲେ। କୋର୍ଟରେ ମାମଲାର ଶୁଣାଣି ସମୟରେ ମଧ୍ୟ ବିଚାରପତିଙ୍କ ସାମ୍‌ନାରେ ଅଞ୍ଜନାଙ୍କୁ କାଠଗଡ଼ାରେ ବିବନକୁ ପୁଣି ଚିହ୍ନଟ କରିବାକୁ ହେବ।

ସେହିପରି କଲକାତା ସିବିଆଇର ତଦନ୍ତକାରୀ ଅଧିକାରୀ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ଆସନ୍ତାକାଲି ହେପାଜତରେ ନେବ। ଗୋଟିଏ ଦିନ ପାଇଁ ହେପାଜତରେ ନେଇ ବିବନକୁ ଘଟଣା ସମ୍ପର୍କରେ ପଚରାଉଚରା କରିବ ଏବଂ ଘଟଣାସ୍ଥଳକୁ ବୁଲାଇ ନେବ ବୋଲି ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories