www.samajalive.in
Monday, December 15, 2025
27.1 C
Bhubaneswar

ତିନି ତଲାକକୁ ନେଇ ଦ୍ୱନ୍ଦ୍ୱ:କଂଗ୍ରେସ-ଟିଏମ୍‍ସି ଉଠାଇଲେ ବିଧେୟକ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ମୌସୁମୀ ଅଧୀବେଶନର ଶେଷ ଦିନରେ ସରକାର ତିନି ତଲାକ ପରି ଗୁରୁତ୍ୱପୂର୍ଣ୍ଣ ବିଲକୁ ଅନୁମୋଦନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁରୁବାର ଦିନ ବିଲରେ ସଂଶୋଧନ କରାଯାଇ ଥିଲା। ସଂଶୋଧନ ପରେ ତିନି ତାଲାକ ବିଲ ଗୃହୀତ ହେବ ଏଭଳି ଏକ ସମ୍ଭାବନା ଦେଖା ଦେଇଛି।
ତେବେ ସଂସଦୀୟ କାର୍ଯ୍ୟକାଳ ପ୍ରାରମ୍ଭରେ କଂଗ୍ରେସ ପକ୍ଷରୁ ରାଫେଲକୁ ନେଇ ବ୍ୟାପକ ହୋ-ହଲ୍ଲା ହୋଇଥିଲା। ଆଜିର ଦିନରେ ପ୍ରାଇଭେଟ ବିଲ ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଥିବାରୁ ତିନି ତଲାକ ବିଲ ସମ୍ପର୍କର୍ିତ ଚର୍ଚ୍ଚା ପୂର୍ବରୁ ପ୍ରାଇଭେଟ ବିଲ ଉପରେ ଚର୍ଚ୍ଚା କରିବାକୁ ଟିଏମସି ସାଂସଦ ଡେରେକ ଓ ବ୍ରାୟନ ଦାବି କରିଥିଲେ। ଡେରେକ୍‍ ଓ ବ୍ରାୟନଙ୍କ ବ୍ୟତୀତ କଂଗ୍ରେସର ଆନନ୍ଦ ଶର୍ମା ଓ ରାମଗୋପଳ ଯାଦବ ମଧ୍ୟ ତିନି ତଲାକ ବିଲ ଉପରେ ଚର୍ଚ୍ଚାକୁ ବିରୋଧ କରିଥିଲେ।
ରାଜ୍ୟସଭାରେ ମଧ୍ୟ ମହାରାଷ୍ଟ୍ର କଂଗ୍ରେସ ସାଂସଦ ହୁସେନ ଦଲବଇଙ୍କ ମନ୍ତବ୍ୟକୁ ନେଇ ବ୍ୟାପକ ବିବାଦ ଆରମ୍ଭ ହୋଇଥିଲା। ଦଲବଇ ତାଙ୍କ ମନ୍ତବ୍ୟରେ କହିଥଲେ ଯେ ସନ୍ଦେହ ଯୋଗୁଁ ସୀତାଙ୍କୁ ମଧ୍ୟ ରାମ ଛାଡ଼ି ଦେଇଥିଲେ, ପ୍ରତି ଧର୍ମରେ ପୁରୁଷଙ୍କୁ ଏଭଳି ଅଧିକାର ଦିଆଯାଇଛି, ଏଭଳି କ୍ଷେତ୍ରରେ କେବଳ ଇସଲାମଙ୍କ ପାଇଁ ଏଭଳି ଆଇନ କେଉଁ ଉଦ୍ଦେଶ୍ୟରେ ବୋଲି ସେ ପ୍ରଶ୍ନ କରିଥିଲେ।
କ’ଣ ରହିଛି ସଂଶୋଧିତ ତିନି ତଲାକ ବିଲରେ…
୧. ଶୁଣାଣି ପୂର୍ବରୁ ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେଇ ପାରିବେ।
୨. ପୀଡ଼ିତାଙ୍କ ରକ୍ତ ସମ୍ପର୍କୀୟ କେବଳ ଏଭଳି ଘଟଣାରେ ମାମଲା ରୁଜୁ କରିପାରିବେ।
୩. କୋର୍ଟ ପାଖରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ଆପୋସ ମୀମାଂଶା କରିବାର ଅଧିକାର ରହିବ।
୪. ତିନି ତଲାକ ମାମଲାରେ ପୀଡ଼ିତାଙ୍କୁ ଏକକାଳୀନ କ୍ଷତିପୂରଣ ବ୍ୟବସ୍ଥା।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories