www.samajalive.in
Saturday, December 6, 2025
16.1 C
Bhubaneswar

ଯୁବପିଢ଼ି ନିଜ ଲକ୍ଷ୍ୟ ନିଜେ ସ୍ଥିର କରନ୍ତୁ – ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସନ୍ଥ ରବିଦାସଙ୍କ ଜ୍ଞାନ ଆମକୁ ପଥପ୍ରଦର୍ଶନ କରିଥାଏ। ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସନ୍ଥ ରବିଦାସଙ୍କ ଭାଷାରେ ଆମେ ସମସ୍ତେ ମାଟିଭାଣ୍ଡ, ଜଣେ ମୂର୍ତିକାର ଆମ ସମସ୍ତଙ୍କୁ ହିଁ ଗଢ଼ିଛନ୍ତି। ସନ୍ଥ ରବିଦାସ ସମାଜରେ ବ୍ୟାପ୍ତ ବିକୃତିକୁ ନେଇ ସବୁବେଳେ ଖୋଲାଖୋଲି କହୁଥିଲେ। ସେ ଏହି ବିକୃତି ସବୁକୁ ସମାଜ ସାମ୍ନାରେ ଉପସ୍ଥାପିତ କରିଥିଲେ, ତାକୁ ସୁଧାରିବାର ବାଟ ଦେଖାଇଥିଲେ; ଆଉ ସେଥିପାଇଁ ତ ମୀରା ଜୀ କହିଥିଲେ- ‘ଗୁରୁ ମିଲିୟା ରୈ ଦାସ, ଦିନ୍ ‌ହି ଜ୍ଞାନ କୀ ଗୁଟ୍‌କୀ’। ଅର୍ଥାତ୍‌, ଗୁରୁ ରୂପରେ ରୈଦାସ ମିଳିଛନ୍ତି ଆଉ ସେ ସତ୍‌ଜ୍ଞାନର ଅମୃତ ପିଆଇଛନ୍ତି।

ପ୍ରଧାନମନ୍ତ୍ରୀ ସନ୍ଥ ରବିଦାସଙ୍କ ଜୀବନର ଆଧ୍ୟାତ୍ମିକତାକୁ ଏବଂ ଶକ୍ତିକୁ ଅନୁଭବ କରିଥିବା କହିଛନ୍ତି। ସେ କହିଛନ୍ତି ଯେ ଯୁବପିଢ଼ିକୁ କୌଣସି କାମ କରିବା ପାଇଁ, ନିଜକୁ ପୁରୁଣା ରୀତିନୀତିରେ ବାନ୍ଧିହୋଇ ରହିବା ଅନୁଚିତ। ଆପଣମାନେ ନିଜ ଜୀବନକୁ ନିଜେ ହିଁ ସ୍ଥିର କରନ୍ତୁ। ନିଜର ରୀତିନୀତି ମଧ୍ୟ ନିଜେ ତିଆରି କରନ୍ତୁ ଏବଂ ନିଜ ଲକ୍ଷ୍ୟ ମଧ୍ୟ ନିଜେ ସ୍ଥିର କରନ୍ତୁ। ଯଦି ଆପଣଙ୍କ ବିବେକ, ଆପଣଙ୍କ ଆତ୍ମବିଶ୍ୱାସ ଦୃଢ଼ ଅଛି, ତେବେ ଆପଣଙ୍କୁ ପୃଥିବୀର କୌଣସି ଜିନିଷକୁ ଡରିବାର ଆବଶ୍ୟକତା ନାହିଁ। ମୁଁ ଏହା ଏଇଥିପାଇଁ କହୁଛି ଯେ ଅନେକ ସମୟରେ ଆମର ଯୁବପିଢ଼ି ପୁରୁଣା ରୀତିନୀତିର ଚାପରେ ସେହି କାମ କରିପାରନ୍ତି ନାହିଁ, ଯାହାକୁ ସେମାନେ ପ୍ରକୃତରେ ପସନ୍ଦ କରନ୍ତି। ଏଥିପାଇଁ ଆପଣମାନଙ୍କୁ କେବେ ମଧ୍ୟ ନୂଆ ଚିନ୍ତା କରିବାକୁ, ନୂଆ କାମ କରିବାକୁ ଦ୍ୱିଧାବୋଧ କରିବା ଉଚିତ ନୁହେଁ। ସେହିପରି, ସନ୍ଥ ରବିଦାସ ଜୀ ଆଉ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛନ୍ତି। ଏହି ସନ୍ଦେଶ ହେଉଛି, “ନିଜ ଗୋଡ଼ରେ ନିଜେ ଠିଆ ହେବା”। ଆମେ ନିଜର ସ୍ୱପ୍ନ ପୂରଣ ପାଇଁ ଅନ୍ୟ ଉପରେ ନିର୍ଭର କରିବା, ଏହା ଆଦୌ ଠିକ୍ ନୁହେଁ। ଯୋଉଟା ଯେପରି ତାହା ସେପରି ଚାଲୁ, ରବିଦାସ ଜୀ କେବେ ମଧ୍ୟ ଏହାରି ସପକ୍ଷରେ ନ ଥିଲେ ଏବଂ ଆଜି ଆମେ ଦେଖୁଛୁ ଯେ ଦେଶର ଯୁବା ମଧ୍ୟ ଏହି ଭାବନା ସପକ୍ଷରେ ଆଦୌ ନାହାନ୍ତି। ଆଜି ଯେତେବେଳେ ଦେଶର ଯୁବପିଢ଼ିଙ୍କ ଭିତରେ ନୂତନତା ଦେଖେ, ମୋତେ ଲାଗେ ଯେ ଆମର ଯୁବପିଢ଼ିକୁ ନେଇ ସନ୍ଥ ରବିଦାସ ନିଶ୍ଚିତ ଗର୍ବ କରିଥାନ୍ତେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories