www.samajalive.in
Saturday, December 13, 2025
14.1 C
Bhubaneswar

ବିଦ୍ୟୁତ ଆଘାତରେ ମହିଳା ଗୁରୁତର, ରାସ୍ତା ଅବରୋଧ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ କୋଚିଲାଖୁଂଟା ବିଦ୍ୟୁତ ସବଷ୍ଟେସନକୁ ସଂଯୋଗ କରୁଥିବା ୩୩କେଭି ତାର ଆଘାତରେ ଶୁକ୍ରବାର ଜଣେ ମହିଳା ଗୁରୁତର ହୋଇଛନ୍ତି । ଆହତ ମହିଳା ଜଣକ ପାଇକପଡା ଗ୍ରାମର ବେବୀ ନାଏକ । ତାଙ୍କୁ ଗୁରୁତର ଅବସ୍ଥାରେ ବଡସାହି ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ବଡସାହି-ବେତନଟୀ ରାସ୍ତା କୋଚିଲାଖୁଂଟାରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମହିଳା ଜଣକ ବିଲକୁ କାମ କରିବା ପାଇଁ ମୁଣ୍ଡରେ ପାଣି ଭର୍ତ୍ତି ଜାର ନେଇ ଯାଉଥିବା ସମୟରେ ୩୩କେଭି ତାର ମୁଣ୍ଡରେ ଲାଗିଥିଲା । ଫଳରେ ସେ ଘଟଣା ସ୍ଥଳରେ ପଡିଯାଇ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ବଡସାହି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ତେବେ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଦୀର୍ଘ ଦିନ ଧରି ୩୩କେଭି ବିଦ୍ୟୁତ ତାର ଓହଳି ରହିଛି । ମାଟି ଉପରୁ ମାତ୍ର ୫ଫୁଟ ଉପରେ ରହିଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।  ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ବଡ଼ସାହି-ବେତନଟୀ ରାସ୍ତା କୋଚିଲାଖୁଂଟା ସବଷ୍ଟେସନ ପାର୍ଶ୍ବ ରାସ୍ତାକୁ ଅବରୋଧ କରିଛନ୍ତି । ବହୁ ଯାନବାହାନ ଯାତାୟାତ କରିନପାରି ଅଟକି ରହିଛନ୍ତି । ଖବରପାଇ ବଡସାହି ଥାନାଧିକାରୀ ଜୟନାରାୟଣ ଖଣ୍ଡେଇ ଓ ବେତନଟୀ ଏସଡିପିଓ ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି ।

Hot this week

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

Related Articles

Popular Categories