www.samajalive.in
Thursday, December 11, 2025
16.1 C
Bhubaneswar

କଙ୍ଗନା ରାଣାୱତ ଇ-ମେଲ ବିବାଦ: ହ୍ରିତିକଙ୍କୁ ୨ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ

ମୁମ୍ବଇ: ଇ-ମେଲ ବିବାଦକୁ ନେଇ କଙ୍ଗନା ରାଣାୱତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଅଭିନେତା ହ୍ରିତିକ ରୋଶନଙ୍କୁ କ୍ରାଇମବ୍ରାଞ୍ଚ ଆଜି ଜେରା କରିଛି। ପ୍ରାୟ ଦୁଇ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହ୍ରିତିକଙ୍କୁ ଅଧିକାରୀମାନେ ପଚରାଉଚରା କରିବା ସହିତ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଜେରା ପରେ କାର୍ଯ୍ୟାଳୟକୁ ବାହାରକୁ ବାହାରିବା ସମୟରେ ହ୍ରିତିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ନ ଦେଇ ନୀରବ ରହିଥିଲେ।

ସୂଚନାଯୋଗ୍ୟ, ଏହି ମାମଲା ୨୦୧୬ ମସିହାର। କଙ୍ଗନାଙ୍କ ଇ-ମେଲ ଆକାଉଣ୍ଟରୁ ହ୍ରିତିକଙ୍କୁ ୧୦୦ରୁ ଅଧିକ ମେଲ୍‌ ମିଳିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ଜାରି ରହିଛି। ହ୍ରିତିକଙ୍କ ଅଭିଯୋଗ ଯେ, ୨୦୧୩ରୁ ୨୦୧୪ ମଧ୍ୟରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ ଇ-ମେଲ୍‌ ମିଳିଥିଲା। ଏହାକୁ ନେଇ ହ୍ରିତିକ ସାଇବର ସେଲ୍‌ରେ ଏକ ଅଭିଯୋଗ ଦାଖଲ କରିଥିଲେ।

- Advertisement -

କିଛିଦିନ ତଳେ ହ୍ରିତିକ ରୋଶନଙ୍କ ଏହି ମାମଲାକୁ ସାଇବର ସେଲ୍‌ କ୍ରାଇମବ୍ରାଞ୍ଚର ଗୁଇନ୍ଦା ୟୁନିଟ୍‌କୁ ହସ୍ତାନ୍ତର କରିଥିଲା। ହ୍ରିତିକଙ୍କ ଓକିଲ ମହେଶ ଜେଠମଲାନୀ ମାମଲା ସ୍ଥାନାନ୍ତରଣ ଲାଗି ମୁମ୍ବଇ ପୁଲିସ କମିଶନରଙ୍କୁ ପତ୍ର ଲେଖିଥିଲେ, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories