www.samajalive.in
Friday, December 12, 2025
16.1 C
Bhubaneswar

ଉତ୍ତରଗଙ୍ଗା ନାଳକଣ୍ଠଶ୍ୱର ଶିବଲିଙ୍ଗ ଦର୍ଶନ କଲେ ଆନ୍ଧ୍ର-ଓଡିଶା ଶ୍ରଦ୍ଧାଳୁ

ଗୁଣପୁର: ଆଜି ରାମନାଗୁଡା ବ୍ଲକର ପେନକାମ ପଞ୍ଚାୟତର ସୀମାନ୍ତ ଘଞ୍ଚ ଜଙ୍ଗଲ ମଧ୍ୟରେ ପ୍ରସିଦ୍ଧ ତାମିଙ୍ଗି ଗ୍ରାମ ନିକଟରେ ଗଦଗଦା ଶୈବକ୍ଷେତ୍ର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ହଜାର ହଜାରରୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଜିଲାରେ ବେଶ ପରିଚିତ ଏହି ତାମିଙ୍ଗ ଗ୍ରାମର ନିକଟସ୍ଥ ସୁଉଚ୍ଚ ପର୍ବତ ମାଳରୁ ଝରି ଆସୁଥିବା ଝରଣା ସ୍ଥଳରେ ଉକ୍ତ ମନୋରମ ପୀଠ ରହିଛି। ଏହା ସହ ସୁଉଚ୍ଚ ଜଳପ୍ରପାତ, ଘଞ୍ଚ ବନାନୀ, ଶିଳାବନ୍ଧୁର ଝରଣା ଶଯ୍ୟା ଅପୂର୍ବ ଆକର୍ଷଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ମଧ୍ୟରେ ଝରଣା ମଧ୍ୟ ଭାଗରେ ପଥର ଚଟାଣ ଦେହରେ ରହିଛି ମହାଦେବ ଶ୍ରୀନୀଳକଣ୍ଠଶ୍ୱର ମହାପ୍ରଭୂଙ୍କ ଲିଙ୍ଗପୂଜା ପାଇଛନ୍ତି। ବର୍ଷର ବହୁସମୟ ଏହି ସ୍ଥାନ ଜଳମଗ୍ନ ହୋଇ ରହିଥାଏ। କେବେଳ ଏହି ଯାତ୍ରା ସମୟରେ ଶିବଲିଙ୍ଗ ଦର୍ଶନ କରନ୍ତି। ଏହି ଝରଣା ଉତ୍ତର ଦିଗରୁ ପ୍ରବାହିତ ହେଉଥିବାରୁ ଏହାକୁ ଉତ୍ତର ଗଙ୍ଗା ବୋଲି କୁହାଯାଏ। ପ୍ରତିବର୍ଷ ଫେବୃୟାରୀମାସରେ ଏଠାରେ ବଡଧରଣର ଯାତ୍ରା ଆୟୋଜିତ ହୋଇ ଆସୁଛି। ଓଡିଶାର ବିଭିନ୍ନ ଜିଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ହଜାର ହଜାର ଭକ୍ତ ଆସି ଏଠାରେ ବୁଡ ପକାଇ ଦିଅଁ ଦର୍ଶନ କରିଛନ୍ତି। କଥିତ ଅଛିଯେ, ଏହି ଉତ୍ତର ଗଙ୍ଗାରେ ବୁଡ ପକାଇଲେ ନିଃସନ୍ତାନ ଦମ୍ପତି ପୁତ୍ର ସନ୍ତାନ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଥିବା ଆଜି ଦେଖିବାକୁ ମିଳିଛି। ଏଠାରେ ବିଭିନ୍ନ ମାନସିକଧାରୀ ନିଜର ମନସ୍କାମନା ପୂରଣ ହେଲେ ମୁଣ୍ଡନ ହୋଇଛନ୍ତି। ପୂଜା ଅବସରରେ ଉଠାଦୋକାନୀଙ୍କ ଆସର ଓ ନିର୍ଜନ ବନାନୀର ପରିବେଶକୁ ମନମୁଗ୍ଧ କରି ତୋଳି ଉଠିଥିଲା। ପେନକାମ ଗ୍ରାମ ଠାରୁ ତିନି କିମି ଦୂରତ୍ୱରେ ଏହି ଯାତ୍ରା ଏଠାରେ ହଜାର ହଜାର ଯାତ୍ରୀଙ୍କ ସମାଗମ ସମସ୍ତଙ୍କୁ ବିସ୍ମିତ କରିଛି। ଭକ୍ତି ଆଗରେ କରୋନା କଟକଣା ହାର ମାନି ଯାଇଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସମାଗମ ହେଉଥିବାରୁ ପୁଲିସ ଓ ଯାତ୍ରା ପରିଚାଳନା କମିଟି ପାଇଁ ମୁଣ୍ଡବ୍ୟାଥାର କାରଣ ପାଲଟିଛି। କରୋନା ଯୋଗୁଁ ଏବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ନିଡାମ୍ବରରେ ଆୟୋଜନ କରାଯାଇଛି। ପୁରୋହିତମାନେ ଉପସ୍ଥିତ ରହି ରୀତିନୀତି ଅନୁଯାୟୀ ଆଜି ସକାଳ ଠାରୁ ପୂଜାପାଠ ଆରମ୍ଭ କରିଛନ୍ତି। ଗୁଣପୁର ପୁଲିସ ଘଟଣାସ୍ଥଳରେ ରହି ଆଇନଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରୁଛି। ସୁଉଚ୍ଚ ଜଳପ୍ରପାତରୁ ଗଦଗଦ୍‍ ହୋଇ ପାଣି ପଡୁଥିବାରୁ ଏହାକୁ ଗଦଗଦା ଯାତ୍ରା ବୋଲି କହନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories