www.samajalive.in
Friday, December 12, 2025
16.1 C
Bhubaneswar

ଜୋତା ପଲିସ୍‌ କଲେ ଓୟୁଏଟି ଛାତ୍ରଛାତ୍ରୀ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ରେ ବିଦ୍ୟାର୍ଥୀଙ୍କ  ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି।  ଓୟୁଏଟି ଅଧୀନସ୍ଥ ବନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ନିକଟରେ ବସି ରହିଛନ୍ତି। ଗତକାଲି କଳା ବ୍ୟାଜ୍‌ ପରିଧାନ କରିଥିବା ବିଦ୍ୟାର୍ଥୀ ଆଜି ଜୋତା ପଲିସ୍‌ କରିଛନ୍ତି। ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ ନିଯୁକ୍ତିବେଳେ ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସୁଯୋଗ ମିଳୁ ନଥିବାରୁ ଏଭଳି ପ୍ରତୀକାତ୍ମକ ବିରୋଧ କରିଛନ୍ତି।

ଓଡ଼ିଶା ଫରେଷ୍ଟ ସର୍ଭିସ(ଓଏଫ୍‌ଏସ୍‌)ର ରେଞ୍ଜର ସମେତ ଅନ୍ୟ ପଦରେ କେବଳ ବନ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ସୁଯୋଗ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏହି ପଦରେ ଅନ୍ୟ ବିଦ୍ୟାର୍ଥୀଙ୍କୁ  ସୁଯୋଗ ମିଳୁଥିବାରୁ ଛାତ୍ରଛାତ୍ରୀ ନିଯୁକ୍ତିବେଳେ ସୁବିଧା ପାଉନାହାନ୍ତି। ସେଥିଯୋଗୁଁ ଚାରିବର୍ଷ ଧରି ପାଠ ପଢ଼ିବା ପରେ  ନିଯୁକ୍ତି ପାଉନାହାନ୍ତି  ଛାତ୍ରଛାତ୍ରୀ। ଦେଶର ପ୍ରାୟ ୮ଟି ରାଜ୍ୟରେ ବନ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଥିବାବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଆନ୍ଦୋଳନ ଚାରି ଦିନରେ ପହଞ୍ଚିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଭେଟି ନାହାନ୍ତି। ତୁରନ୍ତ ସ୍ଥାୟୀ ଡିନ୍‌(ମହାବିଦ୍ୟାଳୟ ଅଧ୍ୟକ୍ଷ) ନିଯୁକ୍ତି କରିବାକୁ ବିଦ୍ୟାର୍ଥୀ ଦାବି କରିଛନ୍ତି।

- Advertisement -

ଆଗାମୀ ଦିନରେ ରାଜ୍ୟର ୧୪୭ ବିଧାୟକ ଓ ୨୧ ସାଂସଦଙ୍କୁ ଭେଟି ଏ ବିଷୟରେ ଅବଗତ କରିବାକୁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବିଦ୍ୟାର୍ଥୀ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କ ସମେତ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଟ୍ବିଟ୍‌ କରି ସମସ୍ୟା ସମ୍ବନ୍ଧ‌େ‌ର ଅବଗତ କରିଛନ୍ତି। ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ ନକରିବେ ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories