www.samajalive.in
Tuesday, December 9, 2025
16.1 C
Bhubaneswar

ଖଣ୍ଡଗିରି ମେଳା : ପାର୍କିଂ ଓ ପରିମଳ ବିପର୍ଯ୍ୟସ୍ତ

ଖଣ୍ଡଗିରି : ଖଣ୍ଡଗିରିରେ କୁମ୍ଭ ମେଳା ଚାଲିଛି। ଚଳିତ ବର୍ଷ କରୋନା କଟକଣା ପାଇଁ ଅପେରା ଓ ଦୋକାନ ବଜାର ନିମାନ୍ତ ବିଏମ୍‌ସି ଅନୁମତି ଦେଇନାହିଁ। ତେବେ ମେଳା ବୁଲିବା, ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ବହୁ ପର୍ଯ୍ୟଟକ ଏଠାକୁ ଆସୁଥିବା ଦେଖିବାକୁ ମିଳୁଛି। ଦର୍ଶକଙ୍କ ଦୁଇ ଓ ଚାରି ଚକିଆ ଯାନ ପାର୍କିଂ କରିବାରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ଖଣ୍ଡଗିରି-ଚନ୍ଦକାକୁ ସଂଯୋଗ କରୁଥିବା ଖଣ୍ଡଗିରି ଛକରୁ ଚାରିଛକ ରାସ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେହି ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ମେଳା ଓ ଖଣ୍ଡଗିରି-ଉଦୟଗିରି ବୁଲିବାକୁ ଆସୁଥିବା ଲୋକଙ୍କ ଦୁଇ ଓ ଚାରି ଚକିଆ ଗାଡ଼ି ପାର୍କିଂ ହେଉଛି। ଫଳରେ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ଭିଡ଼ ସମୟରେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି ଅତିକ୍ରମ କରିବାକୁ ବହୁ ସମୟ ଅପେକ୍ଷା କରିବାକୁ ପଡୁଛି। ଏତେ ଭିଡ଼ ହେଉଛି ଯେ ଚାଲିକରି କିମ୍ବା ସାଇକଲଟିଏ ମଧ୍ୟ ଯିବା କଷ୍ଟକର ହୋଇପଡୁଛି। ଏଥିରେ ପୁଣି ପାର୍କିଂ ପାଇଁ ଭଡ଼ା ଦେବାକୁ ପଡ଼ୁଛି। ଭିଡ଼ ସମୟରେ ଟ୍ରାଫିକ୍‌ ବ୍ୟବସ୍ଥା ନିୟନ୍ତ୍ରଣ କରିବାକୁ କର୍ମଚାରୀଙ୍କ ତତ୍ପରତା ପ୍ରକାଶ ପାଉନାହିଁ। ତେଣୁ ଖଣ୍ଡଗିରି ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସବୁ ବିଏମ୍‌ସି ଅଧିକାରୀ ଦେଖି ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତେଣୁ ପାର୍କିଂ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦାବି ହେଉଛି।
ଏହାସହ ମେଳାରେ ପରିମଳ ବ୍ୟବସ୍ଥା ମଧ୍ୟ ଚିନ୍ତାର କାରଣ ପାଲଟିଛି। ଜପତପ ପାଇଁ ବାହାରୁ ଆସିଥିବା ସାଧୁସନ୍ଥଙ୍କ ନିତ୍ୟକର୍ମ ଓ ଶୌଚ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖଣ୍ଡଗିରି ପାଦଦେଶରେ ପର୍ଯ୍ୟଟକଙ୍କ ବ୍ୟବହାର ପାଇଁ ନିର୍ମିତ ଶୌଚାଳୟରେ ତାଲା ଝୁଲୁଛି। ଫଳରେ ସାଧୁସନ୍ଥ ନିତ୍ୟକର୍ମ ପାଇଁ ବାହାରକୁ ଯିବାକୁ ପଡୁଛି। ଜଣେ ସାଧୁ କ୍ଷୋଭର ସହ ଏହା କହିବା ସହ ପ୍ରଶାସନର ଦାୟିତ୍ବହୀନତାକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି।

ମେଳାରେ ଚଢ଼ଉ
ଖଣ୍ଡଗିରି : ଖଣ୍ଡଗିରି ପାହାଡ଼ ପାଦଦେଶରେ ଚାଲିଥିବା କୁମ୍ଭ ମେଳାରେ ବିଏମ୍‌ସି ଓ ଖଣ୍ଡଗିରି ପୁଲିସ ପକ୍ଷରୁ ଗୁରୁବାର ଚଢ଼ଉ କରାଯାଇଛି। ସୂଚନା ଅନୁଯାୟୀ ଆଜି ଖଣ୍ଡଗିରି ଆସିଥିବା ସାଧୁସନ୍ଥଙ୍କ ସାନ୍ନିଧ୍ୟ ଲାଭ ଓ ବିଭିନ୍ନ ରୋଗରୁ ମୁକ୍ତି ପାଇଁ ଚେରମୂଳି ଔଷଧ ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏତେ ମାତ୍ରାରେ ଭିଡ଼ ବଢ଼ିଥିଲା ଯେ ଏହାକୁ ଆୟତ୍ତ କରିବା ପାଇଁ ବିଏମସି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୁଲିସ ପ୍ରଶାସନ ନାକେଦମ୍‌ ହୋଇଥିଲା। କୋଭିଡ ନିୟମ ପାଳନ ହେଉନଥିବାରୁ ଲୋକଙ୍କୁ ସେଠାରୁ ହଟାଇବା ସହ ସଚେତନ କରାଯାଇଥିଲା। କୋଭିଡ ନିୟମ ଅନୁସାରେ ମେଳା କାର୍ଯ୍ୟକ୍ରମ ପାଇଁ ତାଗିଦ୍ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories