www.samajalive.in
Saturday, December 6, 2025
15.1 C
Bhubaneswar

ନବବଧୂ ହତ୍ୟା ମାମଲା ; ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡ

ବାଲେଶ୍ୱର : ବାଲେଶ୍ୱର ଜିଲାରେ ଏକ ନବବଧୂ ହତ୍ୟା ମାମଲାରେ ବାଲେଶ୍ୱର ଅତିରିକ୍ତ ଜିଲା ଓ ଦୌରା ଜଜ୍‍ ୨ ସୁବାଷ କୁମାର ବିହାରୀ ଅଭିଯୁକ୍ତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ୍ୟ କରି ଆଜୀବନ ଜେଲ ଦଣ୍ଡ ଦେଇଛନ୍ତି। ମୃତ ନବବଧୂ ହେଲେ ମନ୍ଦାକିନୀ ଜେନା। ଅଭିଯୁକ୍ତମାନେ ହେଲେ ଦେବେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ଜେନା, ସୁବଳ ଜେନା, ସନ୍ଧ୍ୟାରଣୀ ଜେନା ଓ ସୌମ୍ୟା ଜେନା। ସଭିଁଙ୍କ ଘର ସିମଲା ଥାନା ପଥ ଦୁର୍ଗା ଅଞ୍ଚଳର। ସମସ୍ତ ଅଭିଯୁକ୍ତମାନେ ମନ୍ଦାକିନୀଙ୍କ ଶାଶୁ ଘର ଲୋକେ।
ସୂଚନା ଯୋଗ୍ୟ, ମନ୍ଦାକିନୀଙ୍କ ବିବାହ ୧୯.୪.୨୦୧୪ରେ ହୋଇଥିଲା। ମାତ୍ର ଶ୍ୱଶୁର ଘର ଲୋକେ ଗାଡି ଓ ଅଧିକ ଟଙ୍କା ଯୌତୁକ ଦାବି କରି ବିବାହର ୨ ମାସ ଅର୍ଥାତ ୨୨.୬.୨୦୧୪ରେ ତାଙ୍କୁ ପୋଡି ମାରି ଦେଇଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ ହେଲେ ରତ୍ନାକର କୁହ୍ଲାରୀ। ଏହାପରେ ସମ୍ପୃକ୍ତ ଘଟଣାରେ ତଦନ୍ତ କରାଯିବା ସହ ମନ୍ଦାକିନୀଙ୍କ ମୃତ୍ୟୁ ପାଇଁ ଆଜି ଶାଶୁଘର ଲୋକ (ଅଭିଯୁକ୍ତ)ଙ୍କୁ ଆଜୀବନ ଜେଲ ଦଣ୍ଡ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories