www.samajalive.in
Saturday, December 13, 2025
21.1 C
Bhubaneswar

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ରେଖା ଶର୍ମା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ରେଖା ଶର୍ମା ମହିଳା କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷା ଥିଲେ। ଲଳିତା କୁମାରମଙ୍ଗଳମ ପଦରୁ ଅବସର ନେବା ପରେ ରେଖା ଶର୍ମା ୨୦୧୭ରୁ ଅତିରିକ୍ତ ଭାବେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ପଦ ସମ୍ଭାଳିଥିଲେ। ରେଖା ଶର୍ମା ମହିଳା କମିଶନର କାର୍ଯ୍ୟକାରୀ ଅଧ୍ୟକ୍ଷା ଥିବା ସମୟରେ ଅନେକ ଥର କାରାବାସ ଏବଂ ବାଳିକାଶ୍ରମ ଗସ୍ତ କରି ତଦାରଖ କରିଥିଲେ। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକାଣ୍ଡ ବିରୋଧରେ ସେ ତଦନ୍ତ ନିର୍ଦେଶ ଦେଇଥିଲେ। ନିଯୁକ୍ତି ପରେ ନିଜ ପ୍ରତିକ୍ରିୟାରେ ରେଖା କହିଛନ୍ତି ଯେ ମହିଳାଙ୍କ ଅଧିକାର ସୁନିଶ୍ଚିତ କରିବା ଓ ଜନସେଚତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories