www.samajalive.in
Friday, December 5, 2025
17.1 C
Bhubaneswar

ଆମକୁ ପାଣି ଦିଅ, ହାଣ୍ଡିଗରା ଧରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କରାବାଙ୍କବାସୀଙ୍କ ବିକ୍ଷୋଭ

ଗୁଣପୁର : ଆମେ ପାଣି ଟୋପେ ପିଇବାକୁ ପାଉନୁ, ହେଲେ ବର୍ଷ ବର୍ଷ ଧରି ଜଳ ଯୋଗାଣ ବାବଦକୁ ପୌର ପରିଷଦ ଟିକସ ଆଦାୟ କରୁଛି। ଏ କଉଠିକା ନିୟମ। ବାରମ୍ବାର ପାନୀୟ ଜଳର ଅଭାବ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ଶୁଣୁ ନାହାନ୍ତି। ଆଜି ବାଧ୍ୟ ହୋଇ ହାଣ୍ଡି ମାଠିଆ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛୁ। ଆଜି ଶତାଧିକ ପୁରୁଷ ଓ ମହିଳା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏ ସମସ୍ୟା ହେଉଛି ଗୁଣୁପୁର ପୌର ପରିଷଦ ୧୬ ନମ୍ବର ୱାର୍ଡ କରାବାଙ୍କ କଲୋନୀର। ଦୀର୍ଘ ୨ ବର୍ଷ ଧରି ଏଠାରେ ପାନୀୟ ଜଳ ଯୋଗାଣ ସମସ୍ୟା ଲାଗି ରହିଛି। ଏଠାରୁ ୨ କିମି ଦୂର ବିକ୍ରମପୁର ଗ୍ରାମରେ ଯୋଗାଣ ମଟର ସ୍ଥାପନ କରାଯାଇଛି। ସମସ୍ୟା ହେଉଛି ବିକ୍ରମପୁର ଖାଲ ଅଞ୍ଚଳରେ ଥିବା ବେଳେ କରାବାଙ୍କ ଅଞ୍ଚଳ ଉଚ୍ଚଭୂମିରେ ରହିଛି। ତେଣୁ ପାଣି ଯୋଗାଣ ଠିକ ଭାବେ ହୋଇ ପାରୁନାହିଁ। ତେବେ କରାବାଙ୍କଠାରେ ପମ୍ପ ହାଉସ ନିର୍ମାଣ କରାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଦୁଇବର୍ଷ ହେଲା ଖାଲି ପମ୍ପ ହାଉସ ହୋଇ ପଡି ରହିଛି। ସମସ୍ୟା ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭାଗକୁ କହିଲେ ଆମ କାମ ସରିଛି ବିଦ୍ୟୁତ ବିଭାଗର କାମ ବାକି ରହିଛି ବୋଲି କହିଛନ୍ତି। ସେପଟେ ବିଦ୍ୟୁତ ବିଭାଗ ଏନେଇ ଟେଣ୍ଡର ପ୍ରକ୍ରିୟା ହେଲେ ସଂଯୋଗ ଦିଆଯିବ ବୋଲି କହିଛନ୍ତି। ଇତି ମଧ୍ୟରେ ଦୁଇବର୍ଷ ହେଲା ପାନୀୟ ଜଳ ଯୋଗାଣ ସମସ୍ୟା ରେ ହନ୍ତସନ୍ତ ହେଉଛନ୍ତି କଲୋନୀ ବାସିନ୍ଦା। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।ତେବେ କେବେ ସମସ୍ୟାର ସମାଧାନ ହେଉଛି ତାହା ଦେଖିବାକୁ ରହିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories