www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ବାସକୁ ଆଧାର କରି ଯୋଗୀ ପରମ୍ପରା

ସୁଆଣ୍ଡୋ : ଟିକା ଗୋବିନ୍ଦଚନ୍ଦ୍ର ବହିର ଭଜୁ କିନା ରାମ ନାମରେ କୁମର — ଗୀତ ଗାଇ ଗାଁ ଦାଣ୍ଡରେ ଚାଲୁଥିବା ଯୋଗୀମାନଙ୍କ ପ୍ରତି ଏବେ ବି ଜନମାନସରେ ଅକୁଣ୍ଠ ବିଶ୍ୱାସ ରହିଛି। ଗୀତ ଶୁଣି ଘର ଭିତରୁ ଦଉଡି ଆସନ୍ତି ମାଆ, ମାଉସୀ, ପୁରୁଷ ଓ ପିଲାମାନେ। ଟଙ୍କାଠାରୁ ଆରମ୍ଭ କରି ଚାଉଳ, ନଡିଆ ପରିବା ଇତ୍ୟାଦି ଯୋଗୀଙ୍କ ଥାଳରେ ଦେଇଦିଅନ୍ତି। ସେହିପରି କେତେକ ମଧ୍ୟ ନିଜ ବାଳୁତ ପୁଅକୁ ଦୁଇଟି ରୁଦ୍ରାକ୍ଷ ଗଳାରେ ପିନ୍ଧାଇ ଓ ଗୋରଖନାଥଙ୍କ ବିଭୁତି ମଥାରେ ଲଗାଇ ଯୋଗୀଙ୍କୁ ବିକ୍ରି କରିଦେଇଥାନ୍ତି। ବିକ୍ରି ପୁତ୍ରକୁ ନଅବର୍ଷ ହେଲେ ଯୋଗୀଙ୍କଠାରୁ ମୁକୁଳାଇ ଅଣାଯିବାର ପରମ୍ପରା ରହିଛି। ଶିଶୁଟି ଯୋଗୀବେଶ ଧାରଣ କରି ହାତରେ ଲାଉତୁମ୍ବା, ଆଶାବାଡ଼ି, ମୁଣ୍ଡରେ ପଗଡି, ଗଳାରେ ରୁଦ୍ରାକ୍ଷ ମାଳା ପକାଇ ଦୀର୍ଘଜୀବନ ପାଇଁ ଶହେ କୋଡ଼ିଏ ଲୋକଙ୍କ ଦୁଆରେ ଭିକ୍ଷା ମାଗିଥାଏ। ପୁରୀ ଜିଲ୍ଲା ନିରାକାରପୁର ଅଞ୍ଚଳର କାଶିନାଥ ଦାସ ଓ ହରିହର ଦାସ ଯୋଗୀ ଦୁଇଜଣ ଗୋଟିଏ ନଅ ବର୍ଷର ଶିଶୁକୁ ସୋମବାର ଯୋଗୀ ଦାୟରୁ ମୁକାଳିଛନ୍ତି। ଟିକା ଗୋବିନ୍ଦଚନ୍ଦ୍ର ଗୀତ ସହିତ ଶିଶୁର ଯୋଗୀବେଶ ଦେଖି ଅନେକଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇଯାଇଥିଲା। ଆଜି ବିଜ୍ଞାନର ଜୟଯାତ୍ରା ଓ ଡିଜିଟାଲ ଯୁଗର ମଣିଷ ଧାର୍ମିକ ପରମ୍ପରାକୁ ମଧ୍ୟ ଭରଷା କରିଆସୁଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories