www.samajalive.in
Sunday, December 14, 2025
16.1 C
Bhubaneswar

୨୪ ଘଣ୍ଟାରେ ୨୨୫ କିଲୋ ଗଞ୍ଜେଇ ଓ ୩ ଗାଡ଼ି ଜବତ

ମୋହନା : ଗଜପତି ପୁଲିସକୁ ବଡ ସଫଳତା ମିଳିଛି। ୨୪ ଘଣ୍ଟାରେ ୩ଟି ଥାନା ଅଞ୍ଚଳରୁ ୨୨୫ କିଲୋ ଗଞ୍ଜେଇ ଜବତ ହୋଇଛି। ମୋହନା, ଅଡବା, ରା ଉଦୟଗିରି ପୁଲିସ୍ ଗୋଟିଏ ଦିନରେ ଏକକାଳୀନ ୩ଟି ଭିନ୍ନଭିନ୍ନ ସ୍ଥାନରେ ଚଢ଼ଉ କରି ୩ଟି ଗାଡ଼ି ସମେତ ୨୨୫କିଲୋ ଗଞ୍ଜେଇ ଜବତ କରିଛି। ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ରା ଉଦୟଗିରି ଏସ୍‌ଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ତ୍ଵାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ, ଏସଆଇ ପିଙ୍କି ମୁର୍ମ୍ମୁ  ଓ କର୍ମଚାରୀ ଲୁହା ଗୁଡ଼ି ପଞ୍ଚାୟତ ଅନ୍ତର୍ଗତ କମଳାପୁର ଛକ ନିକଟରେ ଗାଡ଼ି ଯାଞ୍ଚ କରୁଥିବା ସମୟରେ ଗୋଟିଏ କାରରୁ ୪ଟି ଜରି ବସ୍ତାରେ ୯୨କିଲୋ ଗଞ୍ଜେଇ ଜବତ କରିଥିଲେ। ଏଥିରେ ସଂପୃକ୍ତ ବିହାର ରାଜ୍ୟ ପାଟଣାର ପୁଷ୍ପେନ୍ଦ୍ର କୁମାର ସିଂ, ବିନ୍ଦେଶ୍ଵରୀ ସିଂ, ପଙ୍କଜ କୁମାର ଗୁପ୍ତା ଓ ଫତେଗଡ଼ ଅଞ୍ଚଳର ବସନ୍ତ କୁମାର ବାରିକଙ୍କୁ ଗିରଫ କରାଯାଇଛି। ସେହିଭଳି ଅଡ଼‌ବା ଏସ୍‌ଆଇ ଚନ୍ଦନ କୁମାର ଦାସ, ଉତ୍କଳ ପ୍ରଧାନ ଓ କର୍ମଚାରୀ ଝିଲିକି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ ଏକ କାରକୁ ଅଟକାଇ ଯାଞ୍ଚ କରିବାବେଳେ ସେଥିରେ ୨ଟି ଜରି ବସ୍ତାରେ ୪୧କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଥିଲେ । ଏଥିରେ ସଂଯୁକ୍ତ ଥିବା ଗଞ୍ଜେଇ ମାଫିଆ ପରମାନନ୍ଦ ନାୟକ ଓ ଜୀବିତ ଗମାଙ୍ଗକୁ ଗିରଫ କରିଥିଲେ। ରା, ଉଦୟଗିରି ଥାନା ଅଧିକାରିଣୀ ମମତା ନାୟକ, ଏସ୍‌ଆଇ ହେମନ୍ତ କୁମାର ସେଠୀ କାଟିଙ୍ଗପଦା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୋଟିଏ କାରକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ଗାଡ଼ି ମଧ୍ୟରୁ ୩ଟି ଜରି ବସ୍ତାରେ ୯୨କିଲୋ ୬୫୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏଥିରେ ସଂପୃକ୍ତ ଥିବା ବିହାର ରାଜ୍ୟର ଗଞ୍ଜେଇ ମାଫିଆ ଚ଼ନ୍ଦନ କୁମାର ଯାଦବ, ସନ୍ତୋଷ କୁମାରଙ୍କୁ ଗିରଫ କରିଛି। ଏହି ତିନୋଟି ଥାନାର ଅଧିକାରୀମାନଙ୍କଦ୍ୱାରା ଗିରଫ ହୋଇଥିବା ସମସ୍ତ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରା.ଉଦୟଗିରି ଏସ୍‌ଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories