www.samajalive.in
Sunday, December 14, 2025
14.1 C
Bhubaneswar

ଚଉଦମାଣ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‍ପିଟ୍‍ ଏକାଧିକ ମହିଳା ଆହତ

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ଚଉଦମାଣ ଗ୍ରାମରେ ରାଜନୈତିକ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ପ୍ରମୁଖ ରାଜନୈତିକ ଗୋଷ୍ଠୀ ମଧ୍ୟରେ ମାର୍‍ପିଟ୍‍ ଘଟି ଉଭୟ ପକ୍ଷର ଏକାଧିକ ମହିଳା ଆହତ ହୋଇଥିବା ବେଳେ ଏନେଇ ପିପିଲି ପୁଲିସରେ ଦୁଇଟି ମାମଲା ରୁଜୁ ହୋଇଛି।
ସୂଚନା ଅନୁଯାଇ, ନୂଆଶାସନ ପଞ୍ଚାୟତର ଚଉଦମାଣ ଗ୍ରାମରେ ଆଜି ଅପରାହ୍ନ ୪ଟା ସମୟରେ ମହିଳା ଗୋଷ୍ଠୀର ବୈଠକ ଚାଲିଥିବା ସମୟରେ କୌଣସି କାରଣରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେଠାରେ ଦୁଇଗୋଷ୍ଠୀ ମଧ୍ୟରେ ମାର୍‍ପିଟ୍‍ ଘଟିଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଏଥିରେ ଉଭୟ ଗୋଷ୍ଠିର ଏକାଧିକ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ଏହି ଘଟଣା ଯେପରି ଆଗକୁ ଅଧିକ ଉଗ୍ର ରୂପ ଧାରଣ ନକରେ ସେଥିପାଇଁ ଘଟଣାସ୍ଥଳରେ ପୁଲିସ ମୂତୟନ କରାଯିବା ସହ ପରିସ୍ଥିତି ପ୍ରତି ପୁଲିସ କଡା ନଜର ରଖିଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି। ଏନେଇ ଉଭୟ ରାଜନୈତିକ ଗୋଷ୍ଠି ପକ୍ଷରୁ ପୁଲିସରେ ଦୁଇଟି ପୃଥକ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ପ୍ରତି ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଶ୍ରୀପୃଷ୍ଟି ସୂଚନା ଦେଇଛନ୍ତି। ଏହି ଗଣ୍ଡଗୋଳ ଘଟଣାରେ ପିପିଲି ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି ଆହତ ହୋଇଥିବା ବେଳେ ତାଙ୍କୁ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍‍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେହିପରି ଅପରଗୋଷ୍ଠିର ପ୍ରତିମା ସାହୁଙ୍କ ସମେତ ଅନ୍ୟଦୁଇ ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି।

Hot this week

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

Related Articles

Popular Categories