www.samajalive.in
Friday, December 12, 2025
16.1 C
Bhubaneswar

ଓଡ଼ିଶା ହସ୍ତତନ୍ତର ଅଭୂତପୂର୍ବ ଚାହିଦା ଅନ୍ତିମ ଦିବସରେ ପ୍ରବଳ ବିକ୍ରି

ଭୁବନେଶ୍ୱର: ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ପର୍ଯ୍ୟନ୍ତ ଜାତୀୟ ହସ୍ତତନ୍ତ ମେଳାରେ ଓଡ଼ିଶାର ହସ୍ତତନ୍ତ ଉତ୍ପାଦ କିଣିବା ଲାଗି ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଜି ରାଜଧାନୀବାସୀଙ୍କର ହସ୍ତତନ୍ତ ଶାଢ଼ି, ଡ୍ରେସ୍‌ ମ୍ୟାଟେରିଆଲ୍‌, କପଡ଼ା, ବେଡ଼୍‌ସିଟ୍‌ ଆଦି କିଣିବା ପାଇଁ ପ୍ରବଳ ଭିଡ଼ ଜମିଥିଲା । ଚଳିତ ବର୍ଷ କରୋନା କଟକଣା ସତ୍ତ୍ବେ ମେଳା ସରିବା ପରେ ସମୁଦାୟ ୧୦ କୋଟି ୫୬ ଲକ୍ଷ ଟଙ୍କାର ବିକ୍ରି ହେବା ଏକ ରେକର୍ଡ ବୋଲି ବୟନଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରକାଶ କରିଛନ୍ତି। କେବଳ ବୟନିକା ୧.୫୧ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ସମ୍ବଲପୁରୀ ବସ୍ତ୍ରାଳୟ ୩୬ ଲକ୍ଷ ଟଙ୍କା, ସେରିଫେଡ୍‌ ୨୬.୫୦ ଲକ୍ଷ ଟଙ୍କା ଏବଂ ଉତ୍କଳିକା ୨୬.୬୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି ।

- Advertisement -

ଏହା ବ୍ୟତୀତ ଏହି ମେଳାରେ ଭାଗ ନେଇଥିବା ଓଡ଼ିଶାର ୭୫ ଗୋଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ୬୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଥିଲେ। ଏହା ବ୍ୟତୀତ ତାମିଲନାଡ଼ୁର ‘କୋପ୍‌ଟେକ୍ସ’ ୨୯ ଲକ୍ଷ, ଆନ୍ଧ୍ରପ୍ରଦେଶର ‘ଆପ୍‌କୋ’ ୨୭ ଲକ୍ଷ, ମଧ୍ୟପ୍ରଦେଶର ‘ମୃଗନୟନୀ’ ୨୨ ଲକ୍ଷ, କାଶ୍ମୀରର ‘କାସ୍‌ଫାବ୍‌’ ୩୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲେ ବୋଲି ବୟନଶିଳ୍ପ ନିର୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରକାଶ କରିଛନ୍ତି। େୱଡିଂ କଲେକ୍‌ସନ୍‌ ବିବାହ ଉତ୍ସବରେ ଅଧିକ ବ୍ୟବସାୟ କରିବା ସହିତ ଯୁବପିଢ଼ିଙ୍କୁ ମଧ୍ୟ ଆକୃଷ୍ଟ କରିବାରେ ସହାୟକ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories