www.samajalive.in
Friday, December 12, 2025
15.1 C
Bhubaneswar

ରାମ ମନ୍ଦିର ପାଇଁ ୧୧ କୋଟି ଦାନ କଲେ ଏହି ବ୍ୟକ୍ତି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରଏସଏସ ଏବଂ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଦେଶବ୍ୟାପୀ ଅର୍ଥରାଶି ସଂଗ୍ରହ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ମନ୍ଦିର ନିର୍ମାଣ ପାଇଁ ରାଜସ୍ଥାନରୁ ସର୍ବାଧିକ ଦାନ କରିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଅଶୋକ ସିଙ୍ଘଲଙ୍କ ସାନ ଭାଇ ଅରବିନ୍ଦ ସିଙ୍ଘଲ। ସେ ମନ୍ଦିର ନିର୍ମାଣ ଲାଗି ୧୧ କୋଟି ଟଙ୍କା ଦାନ କରିଛନ୍ତି। ଏହା ରାଜସ୍ଥାନରୁ ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି।

ଏହି ଅବସରରେ ଅରବିନ୍ଦ କହିଛନ୍ତି, ରାମ ମନ୍ଦିର ନିର୍ମାଣ ଲାଗି ତାଙ୍କ ବଡ଼ ଭାଇଙ୍କ ସ୍ବପ୍ନ ପୂରଣ ହେଉଛି, ଏଥିପାଇଁ ସେ ବହୁତ ଖୁସି। ସୂଚନାଯୋଗ୍ୟ, ବିଶ୍ଵ ହିନ୍ଦୁ ପରିଷଦ ଦ୍ବାରା ଆରମ୍ଭ ହୋଇଥିବା ରାମ ମନ୍ଦିର ଆନ୍ଦୋଳନରେ ଅଶୋକ ସିଙ୍ଘଲ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ ଅନେକ ଆନ୍ଦୋଳନର ନେତୃତ୍ଵ ନେଇଥିଲେ।

- Advertisement -

ଅରବିନ୍ଦ ସିଙ୍ଘଲ ରାମ ମନ୍ଦିର ପାଇଁ ଉଦୟପୁରରେ ଚାନ୍ଦା ଆଦାୟ କରୁଥିବା ପାରସ ସିଙ୍ଘଭୀଙ୍କୁ ଦୁଇ ଥରରେ ୧୧ କୋଟି ଟଙ୍କାର ଚେକ୍‌ ଦେଇଛନ୍ତି। ପ୍ରଥମ ଥର ୫ କୋଟି ଏବଂ ୨ୟ ଥର ୬ କୋଟି ଟଙ୍କାର ଚେକ୍‌ ଦେଇଛନ୍ତି। ସିଙ୍ଘଲ ପରିବାର ପକ୍ଷରୁ ଦିଆଯାଇଥିବା ଦାନ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନର ସବୁଠୁ ବଡ଼ ଦାନ ବୋଲି ସିଙ୍ଘଭୀ କହିଛନ୍ତି।

ସିଙ୍ଘଲ ପରିବାର ରାଜସ୍ଥାନର ଉଦୟପୁର ସହରରେ ରୁହନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ସମୟରେ ସିଙ୍ଘଲ ପରିବାର ସଦସ୍ୟ ସଲିଲ ସିଙ୍ଘଲ ଉପସ୍ଥିତ ଥିଲେ। ଅରବିନ୍ଦ ସିଙ୍ଘଲ ରାଜସ୍ଥାନର ଜଣେ ବଡ଼ ବ୍ୟବସାୟୀ। ସେ ଭଲକାନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ମଧ୍ୟ। ଏହି କମ୍ପାନୀ ଖଣି କ୍ଷେତ୍ର ବ୍ୟତୀତ ବିଦ୍ୟୁତ୍‌ ଉପକରଣ ବି ପ୍ରସ୍ତୁତ କରିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories