www.samajalive.in
Wednesday, December 10, 2025
26.1 C
Bhubaneswar

କୁରୁମିଙ୍ଗିଆରେ ଆମ ପୁଲିସ ସମିତି ବୈଠକ

ଜି.ଉଦୟଗିରି : ଜି.ଉଦୟଗିରି ପୁଲିସ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମ ପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମରେ “ଆମ ପୁଲିସ ସମିତି” ବୈଠକ ଅନୁଷ୍ଠିତ ହୋଇଯାଇଛି। ଜି.ଉଦୟଗିରି ମୋଟର ଚାଳକ ସଂଘ ସଭାପତି କମଳ କୁମାର ସାହୁଙ୍କ ତତ୍ତ୍ବାବଧାନରେ ମୋଟର ଚାଳକ ସଂଘ ଓ କୁରୁମିଙ୍ଗିଆ ଗ୍ରାମ୍ୟ କମିଟି ଏହି ବୈଠକକୁ ଆୟୋଜନ କରିଥିବା ବେଳେ ପ୍ରାୟ ୧୦୦ ଜଣ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବେ କଳିଙ୍ଗା ସରପଞ୍ଚ ରେବିକା ପ୍ରଧାନ ମଞ୍ଚାସୀନ ଥିଲେ।
ସଡକ ସୂରକ୍ଷା ନିୟମ ମାନିବା,ମହୁଲି ମଦ ବିକ୍ରୀକୁ ପ୍ରଶୟ ନ ଦେବା, ବିଶୃଙ୍ଖଳାକାରୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ସ୍ଥାନୀୟ ପୁଲିସକୁ  ସହଯୋଗ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଥାନା ଅଧିକାରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କହିଥିଲେ। ସଡକ ସୂରକ୍ଷା ନିୟମ ଓ ସାଇବର ଅପରାଧ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଦିଆନ୍ ନାୟକ ବୁଝାଇ କହିଥିବା ବେଳେ କାହାକୁ ମଧ୍ୟ ସାଇବର ଅପରାଧ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ, ଯଦି ସେପରି କୌଣସି ମିଥ୍ୟା କଲ ଆସିବାର ଅନୁଭବ କରନ୍ତି ତେବେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ ବୋଲି ମଧ୍ୟ କହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories