www.samajalive.in
Friday, December 12, 2025
15.1 C
Bhubaneswar

ପିଲା ଚୋରି ସନ୍ଦେହରେ ଅଟୋ ଚାଳକ ସମେତ ୨ ଯାତ୍ରୀଙ୍କୁ ମାଡ

ବାଙ୍କୀ: ମଙ୍ଗଳବାରେ ପୂର୍ବାହ୍ନ ୧୧ଟା ସମୟରେ ବାଙ୍କୀ-କଟକ ମୁଖ୍ୟ ରାସ୍ତାରେ ଏକ ଅଟୋ ଯାଉଥିବା ବେଳେ ପଛରୁ ଜନୈକ ମହିଳା ମୋ ପିଲାକୁ ଅଟୋ ନେଇଯାଉଛି କହି ବିକଳରେ ପାଟି କରିଥିଲେ। ପିଲାଚୋର ସନ୍ଦେହରେ ଅଟୋକୁ ସ୍ଥାନୀୟ ଲୋକେ ଅଟକାଇ ଅଟୋ ଚାଳକଙ୍କ ସମେତ ୨ଜଣ ଯାତ୍ରୀଙ୍କୁ ମାଡ ମାରିଛନ୍ତି। ମହିଳା ଜଣକ ଘଟଣା ସ୍ଥଳରେ ପହଞ୍ଚି ଅଟୋରେ ଜଣେ ୯ବର୍ଷର ଓ ଜଣେ ୧୩ବର୍ଷର ଝିଅକୁ ନେଇଯାଉଥିବା କହିଥିଲେ। ବାଙ୍କୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋ ଚାଳକ ସହିତ ଅନ୍ୟ ୨ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବାଙ୍କୀ ଥାନାକୁ ଆଣି ଅନୁସନ୍ଧାନ କରିଥିଲେ। ସତ୍ୟଭାମା ବାରିକ ନାମକ ଜଣେ ମହିଳା ତାର ୨ଝିଅଙ୍କ ସହ ଏହି ଅଟୋରେ ଭେଡା ରାମଚନ୍ଦ୍ରପୁର ଗ୍ରାମରୁ ବାଙ୍କୀକୁ ଆସୁଥିଲେ।

 

- Advertisement -

ଅଟୋଟି କଳାପଥରରୁ ୨ଜଣ ଲୋକଙ୍କୁ ନେଇ ଆସୁଥିବା ସମୟରେ ବାଟରୁ ମହିଳା ଉଠିଥିଲେ। ମହିଳା ଜଣକ କଚେରୀଛକ ଠାରେ ନିଜ ସମ୍ପର୍କୀୟଙ୍କ ସେଲୁନ ଦୋକାନରେ ପରିବା ଆଣିବାକୁ କହି ଓହ୍ଲାଇଥିଲା ବେଳେ ଅଟୋଟି ତାଙ୍କୁ ଛାଡି ଚାଲି ଆସିଥିଲା। ଅଟୋରେ ୨ପିଲା ଥିବା ଯୋଗୁ ମହିଳା ଜଣକ ସନ୍ଦେହ କରି ପିଲା ଚୋର ପିଲାଙ୍କୁ ନେଇଗଲେ ବୋଲି ରାସ୍ତାରେ ବିକଳରେ ପାଟି କରିଥିଲେ। କଚେରୀ ପଡିଆ ନିକଟରେ ଲୋକେ ଅଟୋକୁ ଅଟକାଇଥିଲେ। ଅପରାହ୍ନରେ ସମ୍ପୃକ୍ତ ମହିଳା ବାଙ୍କୀ ଥାନାରେ ଭୁଲ ବୁଝାମଣାରେ ଏପରି ଘଟିଛି, ସେମାନେ ପିଲାଚୋର ନୁହଁନ୍ତି ବୋଲି ଲିଖିତ ଦରଖାସ୍ତ ଦେଲାପରେ ବାଙ୍କୀ ପୋଲିସ ଅଟୋ ଚାଳକ ଓ ଅଟୋରେ ଥିବା ଅନ୍ୟ ୨ଯାତ୍ରୀଙ୍କୁ ଛାଡିଦେଇଛି। ସେପଟେ କଳାପଥର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଥାନାରେ ପହଞ୍ଚି ତାଙ୍କର ୨କର୍ମଚାରୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠକୁ ୧୦ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିଆଯାଉଥିବା ପରୀକ୍ଷା ଦର୍ପଣ ଟେଷ୍ଟ ପେପର ନେବା ନିମନ୍ତେ ଅଟୋରେ ଆସିଥିବା କହିଲା ପରେ ଘଟଣାଟି ପିଲାଚୋରୀ ନୁହେଁ ବରଂ ଭୁଲ ବୁଝାମଣା ଯୋଗୁଁ ଏପରି ଘଟଣା ଘଟିଯାଇଥିବା ନେଇ ବାଙ୍କୀରେ ଚର୍ଚ୍ଚା ଯୋର ଧରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories