www.samajalive.in
Friday, December 12, 2025
16.1 C
Bhubaneswar

ସ୍ୱର୍ଗତ ହରିଶ୍ଚନ୍ଦ୍ର ମିଶ୍ରଙ୍କ ରାଜ୍ୟ ସ୍ତରୀୟ ସ୍ମୃତିଚାରଣ

ବାଙ୍କୀ: ବାଙ୍କୀ ବ୍ଲକ ବରପୁଟ୍ଟ ପଞ୍ଚାୟତ ପଥୁରୀପଡା ଗ୍ରାମର ସମାଜସେବୀ ମାନବ ବାଦୀ ତଥା ବହୁ ପ୍ରତିଭାର ଅଧିକାରୀ ସ୍ବର୍ଗତ ହରିଶ୍ଚନ୍ଦ୍ର ମିଶ୍ରଙ୍କ ପରଲୋକରେ ଜନ୍ମ ମାଟି ପଥୁରୀପଡାରେ ଏକ ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ରାଜ୍ୟ ସ୍ତରୀୟ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଗ୍ରାମରେ ସକାଳ ୯ଘଟିକା ସମୟରେ ସାମୁହିକ ତୀଳ ତର୍ପଣ ହେବା ସହିତ ମହାବେରଣା କ୍ଲବ ଏବଂ ପଥୁରୀପଡା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ସୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ ଫଟୋ ଚିତ୍ରରେ ଭକ୍ତି ଅର୍ଘ୍ୟ ପ୍ରଦାନ କରିଥିଲେ। ସମାଜସେବୀ ଶରତ ଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ଜ୍ୟୋର୍ତିବିତ୍ ନିରଞ୍ଜନ ମହାପାତ୍ର, ସରପଞ୍ଚ ପ୍ରିୟଙ୍କା ବେହେରା, ବ୍ରଜବନ୍ଧୁ ଦାସ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଜଳଧର ସେଠୀ, ରଘୁନାଥ ସ୍ୱାଇଁ, ଶୀତାକାନ୍ତ ମିଶ୍ର, କାମଦେବ ମହାପାତ୍ର, ବାଇଧର ଦେହୁରୀ, ଅଶୋକ କୁମାର ପଟ୍ଟନାୟକ, ନରୋତ୍ତମ ମିଶ୍ର, ସରୋଜ ମହାପାତ୍ର, ସଂଗ୍ରାମ ବିଭୁତି ରାୟ, ରବୀନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ସୁନିଲ କୁମାର ମିଶ୍ରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିଲା।

 

- Advertisement -

ଓମ୍ ପ୍ରକାଶ ମିଶ୍ର ଶ୍ରୀମଦ୍ ଭାଗବତ ଗୀତା ଆବୃତି କରିଥିବାବେଳେ ଅକ୍ଷୟ କୁମାର ତ୍ରିପାଠୀ ଓ ପଣ୍ଡିତ ଅଶୋକ ମିଶ୍ର ପ୍ରମୁଖ ବେଦପାଠ କରିଥିଲେ। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ସ୍ୱର୍ଗତଃ ମିଶ୍ରଙ୍କର ଫଟୋ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମାଜସେବୀ ବିଜୟ କୁମାର ପତିହାରୀ, ଶିକ୍ଷକ ସୋମନାଥ ଖଟୁଆ, କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ଚନ୍ଦ୍ର ପାଢୀ, ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର, ଓକିଲ ସନ୍ତୋଷ କୁମାର ରଣା, ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ସଂକୀର୍ତ୍ତନ ଗାୟକ ମୁରଲିଧର ସ୍ୱାଇଁ ପ୍ରମୁଖ ଯୋଗଦେଇ ହରିଶ୍ଚନ୍ଦ୍ର ମିଶ୍ରଙ୍କର ଜୀବନ ଦର୍ଶନ, ସାଙ୍ଗଠନିକ ଦକ୍ଷତା, ରାଜ୍ୟ ସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ କୌଶିକ ନାୟକ, ମନୋଜ ମହାପାତ୍ର, ଗୋବିନ୍ଦ ତ୍ରିପାଠୀ, ଗଦାଧର ତ୍ରିପାଠୀ ଓ ଅଶୋକ ମିଶ୍ର ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ମହାବେରଣା କ୍ଲବର ସମ୍ପାଦକ ସଦାଶିବ ଦାସ ଧନ୍ୟବାଦ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories