www.samajalive.in
Thursday, December 11, 2025
15.1 C
Bhubaneswar

ଭାରିଯାନ ଚଳାଚଳକୁ ବିରୋଧ କରି ରାସ୍ତାରୋକ

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ପୁରୁଣା କଟକ- ସମ୍ବଲପୁର ରାସ୍ତାର କୟଳପଡା ପଂଚାୟତ ଦେଇ ଯାଇଥିବା  ରାସ୍ତାକୁ ଉକ୍ତ ପଞ୍ଚାୟତବାସୀ ସୋମବାର ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ପାଇଁ ବନ୍ଦ କରିଥିଲେ। ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ ରାସ୍ତାର ଉଭୟ ପଟରେ ବହୁ ଯାନବାହନଗୁଡିକ ଅଟକି ରହିଥିଲା। ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ ନୂଆପାଟଣା ବାଲିଘାଟରୁ ଦୈନିକ ଶହଶହ ଟ୍ରିପ୍ ବାଲି ବୋଝେଇ ଗାଡି ଗାଁ ରାସ୍ତାଦେଇ ଯାଉଥିବାରୁ ଗତ ୨ମାସ ଭିତରେ ୫ଜଣଙ୍କ ଜୀବନ ଯିବା ସହିତ ବହୁ ବାଇକ୍ ଚାଳକ ଆହତ ହୋଇଛନ୍ତି। ରାସ୍ତାର ଦୁଇ ପାର୍ଶ୍ବରେ ବାଲି ଗଦା ହୋଇରହିଥିବା ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାରୁ ପଂଚାୟତ ତରଫରୁ ଏନେଇ ବହୁବାର ଜିଲ୍ଲାପାଳ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ନ ମିଳିବାରୁ ଶେଷରେ ରାସ୍ତା ରୋକ୍ କରିବା ପାଇଁ ବାଧ୍ୟ ହୋଇ ରାସ୍ତାରୋକ କରିଥିବା କୟଳପଡା ସରପଂଚ ରଶ୍ମି ରଞ୍ଜନ ପ୍ରଧାନ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥି ସହିତ ରାସ୍ତାର ଉଭୟ ପାର୍ଶ୍ବରେ ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ସହିତ ନଦୀ ଉପରେ ଗ୍ରାମବାସୀ ନିର୍ଭର କରି ଏହି ରାସ୍ତାରେ ଚଳାଚଳ କରୁଥିବାରୁ ସବୁ ସମୟରେ ବିପଦ ଲାଗିରହୁଛି। ଚୌଦ୍ୱାର ପୁଲିସ ଘଟଣାସ୍ଥଳରେ ପହଁଚି ଗାଁ ରାସ୍ତାରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ୍ ହଟିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories