www.samajalive.in
Sunday, December 14, 2025
14.1 C
Bhubaneswar

ମୋ ଚାଟଶାଳି କାର୍ଯ୍ୟକ୍ରମ

ରେଙ୍ଗାଲି : ଆଜି ମହିଳା ସଂଗ୍ରାମ ସମିତି ରେଂଗାଲି ପକ୍ଷରୁ ବ୍ଲକ ସ୍ତରୀୟ “ମୋ ଚାଟଶାଳୀ” କାର୍ଯ୍ୟକ୍ରମ ଲାଂଗବାହାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କିନାଲୋଇ ଗ୍ରା.ପ.ର ପୁର୍ବତନ ସରପଂଚ ଶ୍ରୀଯୁକ୍ତ ରାମ କୃଷ୍ଣ ଦାସ, ଜୟ ନାରାୟଣ ନାଏକ, ପ୍ରକାଶ ପୃଷ୍ଟି , ଲାଂଗବାହାଲ ୱାର୍ଡ ସଭ୍ୟା ତଥା ଜିଲ୍ଲା ସ୍ତରୀୟ ମହିଳା ଜନ ସଂଘର୍ଷ ସମିତି, ସମ୍ୱଲପୁର ର ଉପ ସଭାନେତ୍ରୀ ଶ୍ରୀମତୀ ସେବାନି ହରୋ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଏବଂ ଯଥା ସମ୍ଭବ ସହଯୋଗ କରିବାର ପ୍ରତିଶୃତି ଦେଇଥିଲେ। ଏହି ଲଚିଂଗ କାର୍ଯ୍ୟକ୍ରମ ଓଡିଶାର ୧୭ଟି ଜିଲ୍ଲାରେ ରେଂଗାଲି ବ୍ଲକ ସମେତ ୮୩ ଟି ବ୍ଲକରେ ଆୟୋଜନ କରିବା ସହିତ ରାଜ୍ୟ ସ୍ତରୀୟ ମଧ୍ୟ କରାଯାଇଛି । ରେଂଗାଲି ବ୍ଲକର ୧୬ ଗ୍ରା.ପ.ରେ ୧୧୧ଟି ଗ୍ରାମରେ ଏହି ଚାଟଶାଳୀ କାର୍ଯ୍ୟକ୍ରମ କରିବାର ଯୋଜନା ରହିଥିବାର ମହିଳା ସଂଗ୍ରାମ ସମିତି ସଂଯୋଜକ ଉପେନ୍ଦ୍ର କୁମାର ମହାନନ୍ଦ ସୂଚନା ଦେଇଛନ୍ତି। ସହ ସଂଯୋଜକ ଅନିରୁଧ ମରେଇ, ସରୋଜିନି କାଲୋ ତଥା ଲାଂଗବାହାଲ ଗ୍ରାମର ସଂନ୍ଧ୍ୟା ଆଇନ୍ଦ ସହିତ ଛାତ୍ରଛାତ୍ରୀ ଏବଂ ଅବିଭାବକମାନେ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories