www.samajalive.in
Saturday, December 6, 2025
14.1 C
Bhubaneswar

ଶାଶୂଘର ଗାଁ ସ୍କୁଲକୁ ପୋଷ୍ୟ କଲେ ଓଏଏସ ବୋହୂ!

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ତତ୍କାଳୀନ ତହସିଲଦାର ତଥା ଅଧୁନା ଭଦ୍ରକ ଜିଲାର ଅତିରିକ୍ତ ଉପଜିଲାପାଳ ମନୋରମା ଭୂୟାଁ ନିଜ ଶାଶୂଘର ଗାଁରେ ଥିବା ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ଶ୍ରୀମତୀ ଭୂୟାଁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ହୋଇଥିବା ବେଳେ ସେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଯୋଧ୍ୟା ଗାଁର ସ୍ତ୍ରୀରୋଗ ବିଶେଷଜ୍ଞ ଡା. ଜ୍ଞାନରଞ୍ଜନ ବେହେରାଙ୍କୁ ବିବାହ କରିଛନ୍ତି। ଏହି ଅବସରରେ ସେ ଅଯୋଧ୍ୟା ସରକାରୀ ହାଇସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପାତ୍ରଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ହାଇସ୍କୁଲ ତରଫରୁ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା। ଉକ୍ତ ହାଇସ୍କୁଲର ସାମଗ୍ରିକ ବିକାଶ ପାଇଁ ଶ୍ରୀମତୀ ଭୂୟାଁ ଗୁରୁତ୍ୱ ଦେଇଥିବା ବେଳେ ଏହାର ଭିତ୍ତିଭୂମି ଓ ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରି ଏହି ହାଇସ୍କୁଲକୁ ଏକ ଆଦର୍ଶ ସ୍କୁଲରେ ଗଢ଼ିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ସ୍କୁଲର ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଦସ୍ୟଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୋ ସ୍କୁଲ ଅଭିଯାନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜ ଶାଶୂଘର ଗାଁର ହାଇସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରି ମହାନତା ଦେଖାଇଥିବାରୁ ସମ୍ପୃକ୍ତା ଓଏଏସ ଅଧିକାରିଣୀ ଶ୍ରୀମତୀ ଭୂୟାଁଙ୍କୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories