www.samajalive.in
Monday, December 8, 2025
13.1 C
Bhubaneswar

ଉନ୍ନୟନ କାମ ତ୍ବରାନ୍ବିତ କରିବା ପାଇଁ ଗ୍ରାମବାସୀଙ୍କ ସହ ଭୂଷଣ କର୍ତ୍ତୃପକ୍ଷର ବୈଠକ

ରେଙ୍ଗାଲି : ଠେଲକୁଲି ଠାରେ ଥିବା ଭୂଷଣ ଷ୍ଟିଲ୍ କାରଖାନା କର୍ତ୍ତୃପକ୍ଷ ଠେଲକୁଲି ଏବଂ ପାର୍ଶ୍ବବର୍ତ୍ତୀ ଗ୍ରାମ ମାନଙ୍କରେ ବିଭିନ୍ନ ଜନହିତକର ପାରିପାର୍ଶ୍ବିକ ବିକାଶ କାର୍ଯ୍ୟକ୍ରମ କରିବା ପାଇଁ ଆଜି ଠେଲକୁଲି ଗ୍ରାମବାସୀଙ୍କ ସହିତ ବୈଠକ କରିଥିଲେ। କମ୍ପାନୀର ପ୍ରଶାସନିକ ମୁଖ୍ୟ ଅବସରପ୍ରାପ୍ତ ଆଇପିଏସ୍ କେ.ବି ସିଂ କମ୍ପାନୀ ଏବଂ ବରିଷ୍ଠ ଅଧିକାରୀ ଗୋପାଳ ଶର୍ମା ଓ  ଅନ୍ୟ ଅଧିକାରୀ  ଗ୍ରାମବାସୀଙ୍କ ସହିତ ଆଲୋଚନା ସମୟରେ ଲପଙ୍ଗା ଠାରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିବା ସହିତ ସ୍ଥାନୀୟ ବେକାର ଯୁବକ ମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରି ନିଯୁକ୍ତି ଦେବାକୁ ଦାବି କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଦାବି ପୂରଣ କରିବା ଦିଗରେ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ କରିବା ସହିତ  ସିଏସ୍ଆର୍ ପାଣ୍ଠିରୁ ଜିଲ୍ଲା ବିଭିନ୍ନ ବିକାଶ କାର୍ଯ୍ୟରେ କମ୍ପାନୀର ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚିତ ଯେ, ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରି ପିଇବା ପାଣି ଯୋଗାଇ ଦେବାକୁ ବିଗତ ଦିନରେ ଲପଙ୍ଗା ସରପଞ୍ଚ ଭୂଷଣ ଷ୍ଟିଲ୍ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, କମ୍ପାନୀ କର୍ତ୍ତୃପକ୍ଷ ଠେଲକୁଲି ଏବଂ ପାର୍ଶ୍ବବର୍ତ୍ତୀ ଗ୍ରାମରେ କରୋନା ସମୟରେ ସାନିଟାଇଜେସନ୍ କାମ ନିରନ୍ତର ବ୍ୟବଧାନରେ ଚଳାଇଥିଲେ। ଏହାବ୍ୟତୀତ ବ୍ରାହ୍ମଣପଡା, ଗଣ୍ଡପଡାରେ ଷ୍ଟ୍ରିଟ୍ ଲାଇଟ୍ ଖଞ୍ଜିବା, ମୁଖ୍ୟ ରାସ୍ତା ଏବଂ ଗ୍ରାମର ସଂଯୋଗ ରାସ୍ତା ଉପରେ ପାଣି ସିଞ୍ଚନ, ବର୍ଷ ତମାମ ଠେଲକୁଲି ଏବଂ ଅନ୍ୟ ପାର୍ଶ୍ବବର୍ତ୍ତୀ ଗ୍ରାମ ତଥା ପ୍ରଭାବିତ ଗ୍ରାମକୁ ଟେଙ୍କର ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆଦି ଜନହିତକର କାର୍ଯ୍ୟକ୍ରମ   ଜାରି ରଖିଛନ୍ତି । ବୈଠକରେ ଗ୍ରାମବାସୀଙ୍କ ତରଫରୁ ସନ୍ତୋଷ କୁମାର ନାଥ, ଦୁର୍ଗା ପ୍ରସାଦ ସାହୁ, ଅମିତ ନାଥ, ଶୁକଦେବ ସାହୁ, ପୂର୍ଣଚନ୍ଦ୍ର ସେଠ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories