www.samajalive.in
Saturday, December 6, 2025
23.1 C
Bhubaneswar

ପାଟଣାରେ ବିଶ୍ବ ରେଡିଓ ଦିବସ ପାଳିତ

ପାଟଣା: ପାଟଣାରେ ବିଶ୍ବ ରେଡିଓ ଦିବସ କାର୍ଯ୍ୟକ୍ରମ ପାଳନ କରାଯାଇଛି। ୨୦୧୧ ମସିହା ୟୁନେସ୍କୋ ସଦସ୍ୟ ରାଷ୍ଟ୍ର ସମୂହଙ୍କ ଦ୍ବାରା ମାର୍ଚ୍ଚ ୧୩କୁ ରେଡିଓ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚଳିତ ବର୍ଷ ଜାତିସଂଘ ଏହାକୁ ଅନୁମୋଦନ କରିଥିବାରୁ କାର୍ୟ୍ୟକ୍ରମରେ ଜାତିସଂଘକୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ମହାବାତ୍ୟା ସମୟରେ କିପରି ରେଡିଓ ସୂଚନା ପ୍ରସାରଣ କ୍ଷେତ୍ରରେ ମୁଖ୍ୟ ମାଧ୍ୟମ ସାଜିଥିଲା ସେ ଘଟଣାରେ ସ୍ମରଣ କରାଯାଇଥିଲା। ଏବେବି ଗ୍ରାମାଞ୍ଚଳରେ ରେଡିଓର ଆଦର ରହିଥିବା ବେଳେ ଲୋକେ ପ୍ରଧାନମନ୍ତ୍ରୀ ମନକୀ ବାତ କାର୍ୟ୍ୟକ୍ରମ ଶୁଣୁଥିବା ଏଠାରେ ମତ ପ୍ରକାଶ ପାଇଥିଲା। ଲୋକଗୀତ, ଦେଶାତ୍ମବୋଧକ, ସଙ୍ଗୀତ ଠାରୁ ଆରମ୍ଭ କରି ଖବର ,ନାଟକ ,ଦାସକାଠିଆ, ପାଲା , ଗୀତିନାଟ୍ୟ, କୃଷି ସୂଚନା, ଯୁବ କାର୍ଯ୍ୟକ୍ରମ ଆଦି ଏବେବି ରେଡିଓ ଶ୍ରୋତାଙ୍କ ପସନ୍ଦ ଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଦ୍ୟାଧର ଦାଶ, କେଶବ ଚନ୍ଦ୍ର ଦାଶ, ବଳଭଦ୍ର କର, ମୁରଲିଧର ଦାଶ, ଲୋକନାଥ ମିଶ୍ର , ଗଦାଧର ଦାଶ, ପଞ୍ଚାନନ ଦାଶ, ମୁନା ପାତ୍ର, ସଚିନ ସାହୁ ପ୍ରମୁଖ ମତ ପ୍ରକାଶ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories