www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍‌ଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ରୁଜୁ ମାମଲା ରଦ୍ଦ ହେବ, ଏହି ରାଜ୍ୟ ସରକାର କଲେ ଘୋଷଣା

କରୋନା ମହାମାରୀକୁ ରୋକିବା ଲାଗି ଗତବର୍ଷ ମାର୍ଚ୍ଚରୁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ ଜାରି କରାଯାଇଥିଲା। ଏହି ସମୟରେ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଥିଲା। କିନ୍ତୁ ଅନେକ ଲୋକ ନିୟମ ଉଲ୍ଲଂଘନ କରିଥିଲେ। ସେଥିଲାଗି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏ​‌ବେ ସେସବୁ ମାମଲାକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏ ନେଇ ଘୋଷଣା କରିଛନ୍ତି। ପୂର୍ବରୁ ବ୍ୟବସାୟୀଙ୍କ ନାମରେ ରୁଜୁ ମାମଲା ରଦ୍ଦ କରାଯାଇଥିଲା।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ଅଶ୍ବସ୍ତି ମିଳିବ। ମାମଲା ଯୋଗୁ ଥାନା ଏବଂ କୋର୍ଟର ଚକ୍କର କାଟୁଥିବା ରାଜ୍ୟର ଲକ୍ଷାଧିକ ଜନସାଧାରଣ ଏବଂ ବ୍ୟବସାୟୀଙ୍କୁ ଖୁବଶୀଘ୍ର ଏଥିରୁ ମୁକ୍ତି ମିଳିବ। ଏହା ପୂର୍ବରୁ ରାଜ୍ୟ ସରକାର ବ୍ୟବସାୟୀଙ୍କ ବିରୋଧରେ ରୁଜୁ ହୋଇଥିବା ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ଲାଗି ନିର୍ଦେଶ ଜାରି କରିଥିଲେ।

- Advertisement -

ରାଜ୍ୟ ସରକାର କହିଛନ୍ତି ଯେ, କୋଭିଡ ମାମଲାକୁ ନେଇ ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଏବେ ରାଜ୍ୟରେ କରୋନା ପ୍ରଭାବ କମ୍‌ ହେଉଛି। ଏପରି ସ୍ଥିତିରେ ମାମଲା ରଦ୍ଦ କରିଦିଆଯିବା ଜରୁରୀ। ତେବେ ଏହି ମାମଲା ପ୍ରତ୍ୟାହାର କରିବାରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories