www.samajalive.in
Sunday, December 7, 2025
18.1 C
Bhubaneswar

ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗ୍ରସ୍ତରେ ଆସି ମାନ୍ୟବର ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାଳୟ ପରିସରରେ ଥିବା ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଜିଲ୍ଲାରେ ସରକାରଙ୍କ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି, ମାନ୍ୟବର ବିଧାୟକ, ଡାବୁଗାଁ, ଶ୍ରୀ ମୋନହର ରନ୍ଧାରୀ, ମାନ୍ୟବର ବିଧାୟକ ନବରଙ୍ଗପୁର  ଶ୍ରୀ ସଦାଶିବ ପ୍ରଧାନୀ, ମାନ୍ୟବର ବିଧାୟକ, ଝରିଗାଁ, ଶ୍ରୀ ପ୍ରକାଶ ଚନ୍ଦ୍ର ମାଝି, ମାନନୀୟ ଜିଲ୍ଲା ପରିଷଦ ସଭାପତି, ଶ୍ରୀମତୀ ଭଗବତୀ ଭତ୍ରା , ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଶ୍ରୀ ରମାକାନ୍ତ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିମାଇ ଚରଣ ସୁତାର, ଉପଜିଲ୍ଲାପାଳ ଶ୍ରୀ ଭାସ୍କର ରୋଇତଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ। ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଜିଲ୍ଲାରେ ଚାଲିଥିବା ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରି ବିଶେଷ କରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଯୋଗ୍ୟ ଚାଷୀଙ୍କ ପଡି ରହିଥିବା ସମସ୍ତ ଧାନ ଆସନ୍ତା ସପ୍ତାହ ମଧ୍ୟରେ ତୁରନ୍ତ କ୍ରୟ କରାଯାଇ ମଣ୍ଡିରୁ ଉଠାଇବାର ସୁବ୍ୟବସ୍ଥା କରାଇବା ପାଇଁ ଏଥି ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦେଶ ଦେଇଥିଲେ । ସେହିପରି ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବା କୋଷଗୁମୁଡା ବ୍ଲକର କୋଡ଼ିଙ୍ଗା ଓ ଚିର୍ମା ରାସ୍ତାକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ନଦୀ ଉପରେ ନିର୍ମିତ ବିଜୁ ସେତୁ ଏବଂ ନବରଙ୍ଗପୁର ବ୍ଲକର ଭତ୍ରା ଶିଉନି ଏବଂ ସିରିସୀ ରୋଡ ସଂଯୋଗ କରୁଥିବା ଟୁରି ନଦୀ ଉପରେ ନିର୍ମାଣ ଧୀନ ବିଜୁ ସେତୁ କାମ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରୁ ଜିଲ୍ଲା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟାରେ ଥିବା ୧୪ଟି ରାସ୍ତା ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଏହି ରାସ୍ତ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ପାଇଁ ସମ୍ପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ବନ୍ୟା ସମୟରେ ଲୋକଙ୍କ ସୁବିଧା ପାଇଁ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳ। କୋଷଗୁମୁଡ଼ା ବ୍ଲକ ଅଧିନସ୍ଥ ଉକିଆପାଲି ଗ୍ରାମ୍ୟ ପଞ୍ଚାୟତ ଅନ୍ତର୍ଗତ ଘାଟବାସୁଲି ଠାରେ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ରାଜ୍ୟ ରିଲିଫ ଆୟୁକ୍ତଙ୍କୁ ଲିଖିତ ପ୍ରସ୍ତାବ ଦେବାପାଇଁ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ସରକାରୀ କାର୍ଯ୍ୟର ଅବହେଳା ପାଇଁ ଝରିଗାଁ ଲେମ୍ପ ର ଡାଟା ଏଣ୍ଟ୍ରି ଅପରେଟର ଲମ୍ବୋଧର ପଟନାୟକ ଏବଂ କୋଷଗୁମୁଡା ଲେମ୍ପ ର ଡାଟା ଏଣ୍ଟ୍ରି ଅପରେଟର ପଦମନ ପୂଜାରୀ ଙ୍କୁ ଏଆରସିଏସ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories