www.samajalive.in
Friday, December 12, 2025
15.1 C
Bhubaneswar

ଐତିହ୍ୟ ଉପନିୟମକୁ ନେଇ ତାତିଲେ ଏକାମ୍ରବାସୀ : ପ୍ରତ୍ୟାହାର ଦାବିରେ ସମୂହ ଦୀପଦାନ

ଭୁବନେଶ୍ବର : ଏକାମ୍ରକ୍ଷେତ୍ରରୁ ଜାତୀୟ ଐତିହ୍ୟ ଚିଠା ଉପନିୟମ କଟକଣା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ବିସ୍ଫୋରକ ମୋଡ଼ ନେଉଛି। ବ୍ରହ୍ମେଶ୍ବର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଜାରି ଏହି କଟକଣା ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବା ଆଶଙ୍କା କରି ଏହାକୁ ମନ୍ଦିର ସେବାୟତଙ୍କ ସମେତ ଏକାମ୍ରବାସୀ ତୀବ୍ର ବିରୋଧ କରିଛନ୍ତି।
ପ୍ରତିବାଦରେ ଶୁକ୍ରବାର ରାଜଧାନୀର ହଜାର ହଜାର ଜନତା ବିକ୍ଷୋଭ ପ୍ରଦର୍ଶନ, ସମୂହ ଦୀପଦାନ କରିବା ସହ ଏହି ଉପନିୟମ ତୁରନ୍ତ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜ୍ୟର ଜଣେ ମନ୍ତ୍ରୀ ଓ ସାଂସଦଙ୍କ ଭିତରେ ଟ୍ବିଟ୍‌ ଝଡ଼, ଟିକାଟିପ୍ପଣୀ, ପୋଷ୍ଟର ମରା ପ୍ରଭୃତି ପରେ ଶ୍ରୀଲିଙ୍ଗରାଜଙ୍କ ୪ ନିଯୋଗ ସେବାୟତ ସାମ୍ବାଦିକ ସମ୍ମିଳନୀରେ ଉପନିୟମ ପ୍ରସ୍ତାବ ତୁରନ୍ତ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କୁ ୨୪ ଘଣ୍ଟା ମହଲତ ଦେଇଛନ୍ତି। ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ଏହାକୁ ନେଇ ଦୃଢ଼ ବିରୋଧ କରାଯାଇଥିବାବେଳେ ଏକାମ୍ରର
ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଏହା ଏକ ଷଡଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଯୁବ କଂଗ୍ରେସ ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ସେହିପରି ଅପରାହ୍ଣରେ ୬୭ୱାର୍ଡର ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ବରେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଦୃଢ଼ ନିନ୍ଦା କରିବା ସହ ପ୍ରସ୍ତାବିତ ଉପନିୟମ ତୁରନ୍ତ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି। ସନ୍ଧ୍ୟାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବା ସହିତ ପ୍ଲା-କାର୍ଡ ଧରି ଉପନିୟମ ତୁରନ୍ତ ପ୍ରତ୍ୟାହାର ନିମନ୍ତେ ଦାବି କରିଛନ୍ତି ା
ସୂଚନାଯୋଗ୍ୟ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଯାନିଯାତ୍ରା ସହ ଏକାମ୍ର‌େ‌ର ଅନେକ ଦେବଦେବୀ ମନ୍ଦିରର ରୀତିନୀତି ଜଡ଼ିତ। ସେଥିମଧ୍ୟରୁ ଅନନ୍ତ ବାସୁଦେବ ଅନ୍ୟତମ। କେନ୍ଦ୍ର ସରକାର ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ)ର ଉପନିୟମ ସହ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରକୁ ଯୋଡ଼ିବା ନେଇ ଏକାମ୍ରବାସୀ ତଥା ସେବାୟତଙ୍କ ଭିତରେ ଅସନ୍ତୋଷ ତେଜିବାରେ ଲାଗିଛି।
ଦୀର୍ଘବର୍ଷ ଧରି ଏଏସ୍‌ଆଇ ଏକାମ୍ରକ୍ଷେତ୍ରର ପ୍ରାଚୀନ ଐତିହ୍ୟର ରକ୍ଷଣାବେକ୍ଷଣ ଦିଗରେ ଅବହେଳା କରୁଥିବା ଅଭିଯୋଗ ହୋଇଅାସୁଛି। ଏଏସ୍‌ଆଇ ପ୍ରାଚୀନ ଜୀବନ୍ତ ଐତିହ୍ୟ ପ୍ରତି ଅବହେଳା କରୁଥିବା ଅଭିଯୋଗ ହେବାରୁ ରାଜ୍ୟ ସରକାର ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ୨୦୧୯ରୁ ଆରମ୍ଭ କରିଛନ୍ତି। ଏହି ବିକାଶରେ ସେବାୟତମାନେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରି ସେମାନଙ୍କ ଭିଟାମାଟି ସମର୍ପିତ କରିଥିବାବେଳେ ଏବେ ଏଏସ୍‌ଆଇର ଏନ୍‌ଏମ୍‌ଏ ଉପନିୟମ ବିକାଶ କାର୍ଯ୍ୟରେ ବାଧକ ସାଜିଛି। ଏହାକୁ ରାଜଧାନୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories