www.samajalive.in
Friday, December 12, 2025
16.1 C
Bhubaneswar

ଟିକାଦାନ କ୍ଷେତ୍ରରେ ଭାରତ ବିଶ୍ୱରେ ପ୍ରଥମ : କୋଭିଡ ଟିକା ନେଲେଣି ୭୪ ଲକ୍ଷ ୩୦ ହଜାରରୁ ଅଧିକ

ନୂଆଦିଲ୍ଲୀ :  ଦେଶବ୍ୟାପୀ କୋଭିଡ ଟିକାକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର କୋଭିଡ ଟିକାକରଣର ୨୭ ତମ ଦିନ ଥିଲା। ଏପର୍ଯ୍ୟନ୍ତ ଦେଶରେ ୭୪ ଲକ୍ଷ ୩୦ ହଜାର ୮୬୬ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଗତ ୨୪ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୩ ହଜାର ୬୦୪ଜଣ କୋଭିଡ ପ୍ରତିଷେଧକ ଟିକା ନେଇଛନ୍ତି। ୭୦ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୀଘ୍ର କୋଭିଡ ଟିକା ଦେବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇ ପାରିଛି। ତେବେ ଭାରତ ଏହି ସଫଳତା ମାତ୍ର ୨୬ ଦିନ ସମୟ ମଧ୍ୟରେ ହାସଲ କରିଛି। ଅନ୍ୟ ପକ୍ଷରେ ଆମେରିକା ଏଥିପାଇଁ ୨୭ ଦିନ ସମୟ ନେଇଥିବା ବେଳେ ବ୍ରିଟେନ୍‍ ୪୮ଦିନ ସମୟ ନେଇଛି।
ପ୍ରତିଦିନ ପ୍ରତିଷେଧକ ନେଉଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂଖ୍ୟା କ୍ରମଶ ବୃଦ୍ଧି ପାଇବାରେ ଲାଗିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶତକଡ଼ା ୬୫ ଭାଗରୁ ଅଧିକ ପଞ୍ଜିକୃତ ସ୍ୱାସ୍ଥ୍ୟ କର୍ମୀ ପ୍ରତିଷେଧକ ଟିକା ନେଇ ସାରିଛନ୍ତି। ରାଜ୍ୟଗୁଡ଼ିକ ମଧ୍ୟରେ ବିହାର ଶୀର୍ଷ ସ୍ଥାନରେ ରହିଛି। ସେଠାରେ ଶତକଡ଼ା ୭୯ ଭାଗ ସ୍ୱାସ୍ଥ୍ୟ କର୍ମୀ ପ୍ରତିଷେଧକ ଟିକା ନେଇଛନ୍ତି। ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶତକଡ଼ା ୪୦ଭାଗରୁ କମ୍‍ ସ୍ୱାସ୍ଥ୍ୟ କର୍ମୀ ପ୍ରତିଷେଧକ ଟିକା
ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ ପୁଡୁଚେରୀର ସ୍ଥାନ ସବୁଠୁ ନିମ୍ନରେ ରହିଛି। ପୁଡୁଚେରୀରେ ମାତ୍ର  ୧୭.୫ % ସ୍ୱାସ୍ଥ୍ୟ କର୍ମୀ ପ୍ରତିଷେଧକ ଟିକା ନେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories