www.samajalive.in
Sunday, December 14, 2025
19.1 C
Bhubaneswar

ନଷ୍ଟ ହୋଇଗଲା କରୋନା ଟିକାର ୨୫ ହଜାର ଡୋଜ୍‌

ଚେନ୍ନାଇ: ଆଗରୁ କରୋନା ମହାମାରୀକୁ ପରାସ୍ତ କରିବାର ପ୍ରମୁଖ ଅସ୍ତ୍ର ଥିଲା ମାସ୍କ ଏବଂ ସାମାଜିକ ଦୂରତା। କିନ୍ତୁ କରୋନା ଟିକା ବାହାରିବା ପରେ ଏହା ହୋଇଗଲା ସବୁଠୁ ବଡ଼ ଅସ୍ତ୍ର। କିନ୍ତୁ ଏହି ଅସ୍ତ୍ରକୁ ଗ୍ରହଣ କରିବାକୁ ନାରାଜ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧା, ଯେଉଁଥିପାଇଁ ନଷ୍ଟ ହୋଇଯାଇଛି କରୋନା ଟିକାର ୨୫ ହଜାର ଡୋଜ୍‌। ଏଭଳି ଘଟଣା ଘଯିଛି ତାମିଲନାଡୁରେ। ରାଜ୍ୟରେ ଟିକା ନେବାକୁ ସ୍ବାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧା ଇଚ୍ଛା ପ୍ରକାଶ କରୁ ନ ଥିବାରୁ ଟିକା ନଷ୍ଟ ହୋଇଥିବା ଜଣାପଡ଼ିଛି।

ତାମିଲନାଡୁରେ ଏବେ ସୁଦ୍ଧା ୧ ଲକ୍ଷ ୯୭ ହଜାରରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି। ଏହି ସମୟ ମଧ୍ୟରେ ଟିକାର ୧୫ ପ୍ରତିଶତ ଡୋଜ୍‌ ନଷ୍ଟ ହୋଇଛି ବୋଲି ଟିକାକରଣ କାର୍ଯ୍ୟକ୍ରମ କରୁଥିବା ଜନସ୍ବାସ୍ଥ୍ୟ ନର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ବଡ଼ କାରଣ ହେଉଛି ରାଜ୍ୟର ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାମାନେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

- Advertisement -

ସେପଟେ ବୟସ୍କ ଏବଂ ସାଧାରଣ ଲୋକଙ୍କୁ ଟିକା ଦେବାକୁ ଡାକ୍ତରମାନେ ପ୍ରସ୍ତାବ ଦେଇଛନ୍ତି। ଲୋକମାନେ ଟିକା ପାଇଁ ଚାହିଁ ବସିଥିବାରୁ ସେମାନଙ୍କୁ ଟିକା ଦିଆଗଲେ ତାହା ଆଉ ନଷ୍ଟ ହେବନାହିଁ। ତେବେ ସରକାର ଜନସାଧାରଣଙ୍କୁ ଟିକା ଦେବାକୁ ପ୍ରସ୍ତୁତ ଥିବା କହିବା ସହିତ କେନ୍ଦ୍ର ସରକାରଙ୍କୁ ଅନୁମତିଙ୍କୁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories