www.samajalive.in
Sunday, December 14, 2025
19.1 C
Bhubaneswar

ପାଥପୁର ପାହାଡରେ ଅଗ୍ନିକାଣ୍ଡ, ବ୍ୟାପକ ଅଂଚଳ ନଷ୍ଟ

ବାଙ୍କୀ : ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତ ତଥା ପାଥପୁର ଗ୍ରାମର ଦକ୍ଷିଣ ପାର୍ଶ୍ବରେ ଥିବା ପାଣ୍ଡବ ବଖରା ସନ୍ନିକଟ ପାହାଡରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ଅଂଚଳ ଜଳି ଯାଇଛି। ବୁଧବାର ଅପରାହ୍ନରେ ହଠାତ୍ ପାହାଡରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ଡମପଡା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ପାହାଡିଆ ଅଂଚଳରେ ଅଗ୍ନିକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନଥିବା ସମ୍ପର୍କରେ ସୂଚନା ମିଳିଛି। ପାହାଡରେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଶୀତ ଦିନେ ପାହାଡର ଶିଖରରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବାରୁ ଘଟଣାଟି ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିଲେ ମଧ୍ୟ ସ୍ଥାନୀୟ ସମାଜସେବୀ, ଗ୍ରାମବାସୀ ଓ ପ୍ରକୃତିପ୍ରେମୀ ମାନେ କୌଣସି  ବ୍ୟକ୍ତି ରାତ୍ର ସମୟରେ ନିକଟସ୍ଥ ଚନ୍ଦକା ଅଭୟାରଣ୍ୟରୁ ଶିକାର କରିବା ପାଇଁ ଯାତାୟତ ସୁବିଧା ପାଇଁ ଏଭଳି ଘଟଣା ଘଟାଇଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି। ସେପଟେ ନିକଟରେ ସ୍ଥାନୀୟ ଅଂଚଳବାସୀ କାଜୁ ଗଛ କରିଥିବାରୁ ଅଗ୍ନିକାଣ୍ଡ ପ୍ରଭାବରେ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି। ସେପଟେ ରାତ୍ରି ହୋଇଥିବାରୁ ଜଙ୍ଗଲ ଭିତରେ ପଶି ନିଆଁକୁ ଆୟତ୍ତ କରିବା କଷ୍ଟ ହୋଇଛି ବୋଲି ଜଣାପଡିଛି। ପାହାଡ ପାଦଦେଶରେ ଥିବା ବସ୍ତିକୁ ଅଗ୍ନି ସଂପ୍ରସାରଣ ହେବାର ଆଶଙ୍କା ନେଇ ଦମକଳ ବାହିନୀ ସେଠାରେ ସଜାଗ ଥିବା ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ପାହାଡ ତଳେ ଥିବା ବସ୍ତି ବାସିନ୍ଦା ଓ ଗ୍ରାମବାସୀ ଏଭଳି ବଡ ଧରଣର ଅଗ୍ନିକାଣ୍ଡରେ ଭୟଭୀତ ହୋଇଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories