www.samajalive.in
Tuesday, December 9, 2025
16.1 C
Bhubaneswar

ଆବର୍ଜନା ଦୁର୍ଗନ୍ଧରେ ଫାଟି ପଡୁଛି ଅତାବିରା ସହର….ଦାୟିତ୍ଵ କାହାର ?

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ, ହେଲେ ଏବେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଅଭିଯୋଗ ହେଉଛି। ରାଜରାସ୍ତାରୁ ଅନତି ଦୂରରେ ରହିଥିବା ୱାର୍ଡ ଗୁଡିକର କଥା ତ ତେଣିକି ଥାଉ ଏନଏସି ମଧ୍ୟ ଦେଇ ଯାଇଥିବା ରାଜରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଛକ ମାନଙ୍କରେ ରାଜରାସ୍ତା ଉପରେ ଏଣେତେଣେ ଡ଼ଷ୍ଟବିନ ଗୁଡିକ ଅଳିଆ ଭାବେ ପଡିରହିଛି । ଯାହା ଏନଏସି ର ଅବହେଳା ତଥା ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ସହ ଅଞ୍ଚଳବାସୀଙ୍କ ମୁଣ୍ଡ ବ୍ୟଥା ର କାରଣ ହୋଇଛି। ଯଦ୍ୱାରା ଯିବା ଆସିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଏନଏସି ଅଞ୍ଚଳ ପାଇଁ ସରକାର ସ୍ୱଚ୍ଛତା ପକ୍ଷ ତଥା ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବେନର ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସଚେତନ କରି ଡିଣ୍ଡିମ ବାଡେଇ ବାଃ ବାଃ ନେଉଥିବା ବେଳେ ଅତାବିରା ଏନଏସି ରେ କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। କେବଳ ସେତିକି ନୁହେଁ ରାଜରାସ୍ତା ଉପରେ ଦୀର୍ଘ ଦିନରୁ ଅଳିଆ ଉଠା ନ ଯିବାରୁ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ଡ଼ମ୍ପିୟାଡ଼ ଗୁଡିକ ଗଢି ଉଠିଛି । ତେବେ ରାଜରାସ୍ତାରେ ଗଢି ଉଠିଥିବା ଡ଼ମ୍ପିୟାଡ଼ ଗୁଡିକୁ ଉଦଘାଟନ କଲା କିଏ ଓ କାହା ସ୍ୱାର୍ଥରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏନଏସି ହୋଇ ଯଦି ଏହି ଦଶା ଦେଖିବାକୁ ଥିଲା ତେବେ ପଞ୍ଚାୟତ ଥିଲା ଭଲ ଥିଲା, ଏନଏସି ହେଇ ଆମ ପାଇଁ କାଳ ହେଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଏନଏସି କୁ ଚେତେଇ ବାକୁ ଯାଇ ସ୍ୱଚ୍ଛତା ପକ୍ଷକୁ ନେଇ ଦୀର୍ଘ ଗୋଟିଏ ବର୍ଷ ପର୍ୟ୍ୟନ୍ତ ସଫେଇ ଅଭିଯାନ ହାତକୁ ନେଇଥିଲେ ଲୋକେ। ଏହାବ୍ୟତୀତ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ ସହରର ଦୋକାନ ବଜାର ବୁଲି ସ୍ୱଚ୍ଛତା ପକ୍ଷ ପାଇଁ ଲିପ୍ଲେଟ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। ହେଲେ “ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଢ଼ା କାଠ” ବୋଲି ଏବେ ବି ଅତାବିରା ଏନଏସି ତାର ବାସ୍ତବ ଚିତ୍ର ବୟାନ କରୁଛି। ଏଠି ପ୍ରଶ୍ନ ଉଠୁଛି ଯେ ସରକାରଙ୍କ ସ୍ୱଚ୍ଛତା ପକ୍ଷ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥରେ ଓ ଯାହା କେବଳ ବେନର ପୋଷ୍ଟର ରେ ସୀମିତ ରହିଯାଉଥିବା ଜଣାପଡୁଛି। ଯଦି ନିତିଦିନିଆ ଭାବେ ରାଜରାସ୍ତାର ଅବସ୍ଥା ଏପରି ତେବେ ୱାର୍ଡ ମାନଙ୍କର ଅବସ୍ଥା ନକହିବା ଭଲ। ଏବେବି ୱାର୍ଡ ମାନଙ୍କୁ ଅଳିଆ ଗାଡି ଯିବା ତ ଦୂର, ଏପର୍ୟ୍ୟନ୍ତ ଏନଏସି ଗଠନ ହେବା ଦିନଠୁ ଡ଼ଷ୍ଟବିନ ଟିଏ ମିଳିପାରିନାହିଁ ଓ ଯେଉଁଠି ଡ଼ଷ୍ଟବିନ ଅଛି ସେଇଠୁ ଅଳିଆ ଉଠାଯାଉ ନଥିବାର ଲୋକେ ଅଭିଯୋଗ କରନ୍ତି । ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସରକାରଙ୍କ ସ୍ୱଚ୍ଛତା ପକ୍ଷକୁ ବଜାୟ ରଖିବାକୁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories