www.samajalive.in
Saturday, December 6, 2025
14.1 C
Bhubaneswar

ନୋଟ୍‌କୁ ନେଇ ଚାଲିଛି ବିଜ୍ଞାପନ!

ଲକ୍‌-ଡାଉନ୍ କୋହଳ ପରେ କେତୋଟି କମ୍ପାନୀର ସ୍ଥିତି ଶୋଚନୀୟ ହୋଇଗଲା। ବିଜ୍ଞାପନ ଜରିଆରେ ପ୍ରଚାର ପାଇଁ ଏମାନଙ୍କ ପାଖରେ ସମ୍ବଳର ଅଭାବ ମଧ୍ୟ ଦେଖାଗଲା। ଦିଲ୍ଲୀର ଏକ କମ୍ପାନୀ ଗତ ଅକ୍ଟୋବରରୁ ତାଙ୍କ କମ୍ପାନୀର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଉପାୟ ପାଞ୍ଚି ସୁଦ୍ଧା ସଫଳ ହେଲେନି। କିପରି କମ୍ପାନୀ ବ୍ୟବସାୟକୁ ବଢ଼ାଇବେ ସେଇ ଚିନ୍ତାରେ ସେ ଅନ୍ୟ କର୍ମଚାରୀଙ୍କ ପାଖରୁ ବରାବର ପରାମର୍ଶ ନେଲେ। ଶେଷରେ କମ୍ପାନୀର ଜଣେ କର୍ମଚାରୀଙ୍କ ଉପାୟକୁ ସମସ୍ତେ ବେଶ୍ ପ୍ରଶଂସା କଲେ, ତାଙ୍କ ପ୍ରସ୍ତାବ ଥିଲା ୨ହଜାର ଟଙ୍କିଆ ନୋଟ୍ ଦେଖାଯାଉଥିବା ଭଳି କାଗଜରେ ଗୋଟିଏ ପାଖରେ ଛପାଇବା ଓ ଅନ୍ୟ ପାଖରେ କମ୍ପାନୀର ନାମ, ଅନ୍ୟାନ୍ୟ ରିଆତି ବିଷୟରେ ଉଲ୍ଲେଖ କରାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦୦ଟି ‘ନକଲି ବିଜ୍ଞାପନ ନୋଟ୍’ ଛପାଇ ନୋଏଡା ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ପାଖରେ ଫିଙ୍ଗାଗଲା। ସିସିଟିଭି ଜରିଆରେ କେଉଁ ବର୍ଗର ଲୋକ ନୋଟ୍ ଉଠାଉଛନ୍ତି, ତାହା ଅନୁଧ୍ୟାନ କରାଗଲା। କେବଳ ଗରିବ ବା ମଧ୍ୟବିତ୍ତ ବର୍ଗର ନୁହେଁ, ବରଂ ୧୦୦ଟି ବିଜ୍ଞାପନ ନକଲି ନୋଟ୍‌ରୁ ୫୧ଟି ଧନିକ ବର୍ଗର ଲୋକ ଉଠାଇଥିବାର ଜଣାପଡ଼ିଲା। ଏଇ ନକଲି ବିଜ୍ଞାପନ ନୋଟ୍‌ ଅବିକଳ ଅସଲି ନୋଟ୍ ପରି ଦେଖାଯାଉଥିବାରୁ ଲୋକେ ହରଡ଼ଘଣାରେ ପଡ଼ିଯାଉଥିଲେ। ରାସ୍ତାରେ ପଡ଼ିଥିବା ନୋଟ୍‌କୁ ଅବା କିଏ କାହିଁକି ଛାଡ଼ିବ, ଅକ୍ଟୋବରରୁ ଆରମ୍ଭ ହୋଇଥିବା କମ୍ପାନୀର ଏହି ଅଭିଯାନ ଡିସେମ୍ବର ପର୍ଯ୍ୟନ୍ତ ଚାଲିଲା। ଏହା ଭିତରେ କମ୍ପାନୀର ବ୍ୟବସାୟ ମଧ୍ୟ ଆଶଶତୀତ ଭାବେ ବୃଦ୍ଧି ପାଇଛି। ବିଜ୍ଞାପନ ନିମନ୍ତେ ବୁଦ୍ଧି ଦରକାର, ଏଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କଲେ ଲାଭ କିଛି ମିଳିନଥାଏ ବୋଲି ଅନ୍ୟ କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି। n

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories