www.samajalive.in
Wednesday, December 10, 2025
16.1 C
Bhubaneswar

ପରମାଣୁ ଅସ୍ତ୍ର ବୃଦ୍ଧି ପାଇଁ ହ୍ୟାକର୍ସଙ୍କ ସାହାରା ନେଉଛି ଉତ୍ତର କୋରିଆ; ବର୍ଷକରେ ଚୋରି କଲାଣି ୨୧୦୦ କୋଟି

ନ୍ୟୁୟର୍କ: ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ ହେବାର ସ୍ବପ୍ନ ପୂରଣ କରିବା ଲାଗି ହ୍ୟାକର୍‌ମାନଙ୍କ ସାହାରା ନେଉଛି। ପରମାଣୁ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇବା ଲାଗି ଏହି ଦେଶ ନିଜ ହ୍ୟାକର୍‌ମାନଙ୍କ ଜରିଆରେ ଗତବର୍ଷ ହଜାର ହଜାର କୋଟି ଟଙ୍କା ଚୋରି କରିଛି ବୋଲି ନିକଟରେ ଜାତିସଂଘର ଏକ ଗୋପନୀୟ ରିପୋର୍ଟରେ ପର୍ଦ୍ଦାଫାଶ ହୋଇଛି।

ଜାତିସଂଘ ରିପୋର୍ଟରେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗଙ୍କ ବିରୋଧରେ ଅଭିଯୋଗ କରାଯାଇଛି ଯେ, ଉତ୍ତର କୋରିଆ ନିଜ ଅର୍ଥବ୍ୟବସ୍ଥାକୁ ମଜଭୁତ କରିବା ଏବଂ ପରମାଣୁ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି କରିବା ଲାଗି ହ୍ୟାକିଂର ସାହାରା ନେଇଛି। ଉତ୍ତର କୋରିଆର ହ୍ୟାକର୍‌ମାନେ ହ୍ୟାକିଂ ଜରିଆରେ ୨୦୨୦ରେ ୩୧୬.୪ ନିୟୁତ ଡଲାର ଅର୍ଥାତ ପ୍ରାୟ ୨୧୮୬ କୋଟି ୭୦ ଲକ୍ଷ ୯୦ ହଜାର ଟଙ୍କା ଚୋରି କରିଥିବା ରିପୋର୍ଟରେ ଦାବି କରାଯାଇଛି।

- Advertisement -

ଜାତିସଂଘ ନିରାପତ୍ତା ପରିଷଦ ସହିତ ଜଡ଼ିତ ଜଣେ ସଦସ୍ୟ ନାମ ଗୋପନ ରଖିବା ସର୍ତ୍ତରେ ଖବର ସରବରାହ ସଂସ୍ଥା ସିଏନଏନକୁ ଏ ସମ୍ପର୍କିତ ଗୋପନୀୟ କାଗଜପତ୍ର ଶେୟାର କରିଥିଲେ। ଜାତିସଂଘର ଯାଞ୍ଚକର୍ତ୍ତାମାନେ କହିଛନ୍ତି ଯେ ଏକ ଅଜଣା ଦେଶ ଏତେ ବଡ଼ ପରିମାଣର ଅର୍ଥ ଚୋରି କରିଛି, ଯାହା ସମ୍ଭବତଃ ଉତ୍ତର କୋରିଆ ହିଁ ଅଟେ। ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ଉପରେ କଟକଣା ପରେ ବି ସେହି ଦେଶ ପରମାଣୁ ଅସ୍ତ୍ର ବୃଦ୍ଧି କରିବାରେ ଲାଗିଛି ବୋଲି ଜାତିସଂଘର ଏକ୍ସପର୍ଟ ପ୍ୟାନେଲଙ୍କ ପକ୍ଷରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories