www.samajalive.in
Thursday, December 11, 2025
14.1 C
Bhubaneswar

ଓଟିଟି ପ୍ଲାଟଫର୍ମ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ପ୍ରସ୍ତୁତ, ଶୀଘ୍ର କାର୍ଯ୍ୟକାରୀ ହେବ କହିଲେ ଜାଭଡେକର

ଇଣ୍ଟରନେଟ୍ ଭିତ୍ତିକ ଓଟିଟି ପ୍ଲାଟଫର୍ମର ବିଷୟବସ୍ତୁକୁ ନେଇ ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହୋଇଛି ଏବଂ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ନେଟଫ୍ଲିକ୍ସ ଏବଂ ଅନ୍ୟାନ୍ୟ ଓଟିଟି ପ୍ଲାଟଫର୍ମଗୁଡିକର ପ୍ରସାରିତ ବିଷୟବସ୍ତୁ ଭାରତୀୟ ମୂଲ୍ୟବୋଧକୁ ପ୍ରଭାବିତ କରିଥାଏ ବୋଲି ବିଜେପି ସାଂସଦ ମହେଶ ଯୋଶୀ କହିଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ବ୍ୟବହୃତ ଭାଷା ଲିଙ୍ଗଗତ ଭେଦଭାବକୁ ପ୍ରତିଫଳିତ କରିଥାଏ ଏବଂ ଅଙ୍ଗ ପ୍ରଦର୍ଶନ କରିଥାଏ। ସରକାର ବିଳମ୍ବ ନ କରି ଉଶୀଘ୍ର ଏହି ପ୍ଲାଟଫର୍ମଗୁଡିକୁ ନିୟନ୍ତ୍ରଣ କରିବାକୁ ଆଇନ ଆଣିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଗୃହର ଅନ୍ୟ କେତେ ଜଣ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗ ଉତଥାପନ କରିଥିଲେ। ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଳ ଯାଦବ ସରକାରଙ୍କ ଦ୍ୱାରା ଯୁଗ୍ମ ସଚିବ ପଦବୀରେ ଲାଟେରାଲ ଇଣ୍ଡକ୍ସନ୍ ପ୍ରସଙ୍ଗ ଉଠାଇଥିଲେ। ଏଥିପାଇଁ ଆଇଏଏସ୍ ସଂଘ ଅସନ୍ତୋଷ ପ୍ରକାଶ କରିଥିବା ସେ କହିଛନ୍ତି। ସେ କହିଛନ୍ତି ଯେ ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଆଶାୟୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ନଅଟି ନିଯୁକ୍ତିରେ କୌଣସି ତଫସିଲଭୁକ୍ତ ଜାତି ଓ ଜନଜାତି ପ୍ରାର୍ଥୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ ବୋଲି ସେ କହିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories