www.samajalive.in
Sunday, December 14, 2025
23.1 C
Bhubaneswar

ଉଚ୍ଛେଦ ଅଭିଯାନକୁବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଅଭିଯୋଗ

ଭୁବନେଶ୍ବର: କୌଣସିପ୍ରକାର ଆଇନାନୁମୋଦିତ ପନ୍ଥା ଅବଲମ୍ବନ ନକରି ବିଡିଏ ପକ୍ଷରୁ ବସ୍ତି ଉଚ୍ଛେଦ ଅଭିଯାନ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରେଗେଡ଼ି ବସ୍ତି ଅଞ୍ଚଳରେ ରହୁଥିବା ଭୂମିହୀନ ଶ୍ରମଜୀବୀ ପରିବାର ଅଭିଯୋଗ କରିଛନ୍ତି। ଗତ ୪ତାରିଖରେ ଏହି ଗରିବ ପରିବାରଙ୍କ ଘର ବଳପୂର୍ବକ ଭାଙ୍ଗିବାକୁ ବିଡିଏ, ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଦଳ ପହଞ୍ଚିଥିଲା। ବହୁ କାକୁତି ମିନତି ପରେ ସେମାନଙ୍କୁ ୭ ଦିନ ଭିତରେ ଘର ଛାଡ଼ି ଚାଲିଯିବାକୁ କୁହାଯାଇଥିଲା। ଏଭଳି ବେଆଇନ ଉଚ୍ଛେଦ ଅଭିଯାନ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବସ୍ତିବାସିନ୍ଦା। ପଞ୍ଚାୟତ ଅଧୀନରେ ବାସ କରୁଥିବା ଏହି ଶ୍ରମଜୀବୀ ଭୂମିହୀନ ପରିବାରଙ୍କୁ ବର୍ତ୍ତମାନ ରହୁଥିବା ଜମିର ପଟା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ଯଦି କୌଣସି ସର୍ବସାଧାରଣ ସ୍ୱାର୍ଥ ଦୃଷ୍ଟିରୁ ଉଚ୍ଛେଦ ନିତାନ୍ତ ଜରୁରୀ ଥାଏ ତେବେ ଉଚ୍ଛେଦର ଯଥେଷ୍ଟ ପୂର୍ବରୁ ବିକଳ୍ପ ଥଇଥାନ ନିମନ୍ତେ ସେମାନେ କହିଛନ୍ତି। କଳାରାହାଙ୍ଗ ପଞ୍ଚାୟତ ରେଗେଡ଼ି ବସ୍ତିବାସିନ୍ଦାଙ୍କ ପକ୍ଷରୁ ଚିନ୍ମୟୀ ମହାରଣା, ଚନ୍ଦନ ମହାପାତ୍ର, କବିବର ମହାଳିକ, ବାସୁଦେବ ମହାରଣା, କମଳିନୀ ସାହୁ, ସୁମନ୍ତ ନାଏକ, ରୋହିତ ନାୟକଙ୍କ ନେତୃତ୍ୱରେ ବସ୍ତିବାସିନ୍ଦା ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଶ୍ରମିକ ନେତା ଦୀନବନ୍ଧୁ ମହାରଣା ସେମାନଙ୍କୁ ସହଯୋଗ କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories