www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରକୃତିର ଦାନ କମଳମ୍‌

ଚୀନ୍‌ ସହ ସମ୍ପର୍କ ବିଗିଡିବା ପରେ ମୁଖ୍ୟତଃ ଗୁଜରାଟ ସରକାର ଡ୍ରାଗନ୍‌ ଫ୍ରୁଟ୍‌ ନାମରେ ପରିଚିତ ଫଳର ନାମ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରସ୍ତାବ ଥିଲା ଫଳର ନାମରେ ଡ୍ରାଗନ୍‌ ଶବ୍ଦ ରହିବା ଅନୁଚିତ। ତେବେ ଭିତରୁ ଖୁବ୍‌ ନରମ ଏବଂ ବାହାରୁ ଆବଡାଖାବଡା ଦେଖାଯାଉଥିବା ଏହି ଡ୍ରାଗନ୍‌ ଫ୍ରୁଟର ନାମ ଏବେ ‘କମଳମ୍‌’ ରଖାଯାଇଛି। ଫଳଟି ପଦ୍ମଫୁଲ ପରି ଦେଖାଯାଉଥିବାରୁ ସଂସ୍କୃତ ଶବ୍ଦ ଭାବେ ଏହାର ନାମ କମଳମ୍‌ ରଖାଯାଇଥିବା ଗୁଜରାଟ ସରକାର କହିଛନ୍ତି। ଉଦ୍ଭିଦ ବିଜ୍ଞାନରେ ଏହାର ନାମ ହିଲୋସେରସ୍‌ ଉଣ୍ଡାଟସ୍‌। ଏହାର ଏକାଧିକ ସ୍ବାସ୍ଥ୍ୟ ଉପକାରିତା ରହିଛି। ଡ୍ରାଗନ୍‌ ଫ୍ରୁଟ ବା କମଳମ୍‌ରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଇନ୍‌ଫ୍ଲାମେଟୋରୀ ତତ୍ତ୍ବ ରହିଥିବା ବେଳେ ଏହା ଯକୃତରେ ଚର୍ବି ଜମା ହେବାକୁ ଦିଏନାହିଁ। ନିୟମିତ ଏହି ଫଳ ଖାଇଲେ ଶରୀରର ମେଟାବଲିଜ୍‌ମ ଏବଂ ରୋଗପ୍ରତିରୋଧକ ଶକ୍ତି ବଢିଥାଏ। କମଳମ୍‌ ଫଳ ଖୁବ୍‌ କମ୍‌ କ୍ୟାଲୋରୀଯୁକ୍ତ। ଏଥିରେ ଭିଟାମିନ୍‌, ପ୍ରୋଟିନ୍‌, ତନ୍ତୁ, ଜଳୀୟଅଂଶ ଆଦି ପର୍ଯ୍ୟାପ୍ତ ପରିମାଣରେ ରହିଥିବାରୁ ଏହାକୁ ଖାଇଲେ ମଣିଷର ଓଜନ ଏବଂ କୋଲେଷ୍ଟେରଲ ନିୟନ୍ତ୍ରଣରେ ରହିପାରେ। ଏହାର ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ ରହିଛି ଯାହା ହୃଦ୍‌ଯନ୍ତ୍ର ପାଇଁ ଉପକାରୀ।

କମଳମ୍‌ ଫଳରେ ଥିବା ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ସହ ଫ୍ଲାଭୋନଏଡ୍‌, ଫେନୋଲିକ୍‌ ଏସିଡ, ଆସ୍‌କର୍ବିକ ଏସିଡ ଏବଂ ତନ୍ତୁ ଶରୀରରୁ ଶର୍କରା ପରିମାଣ କମାଇ ମଧୁମେହ ରୋଗୀଙ୍କ ପାଇଁ ଉପକାର କରିଥାଏ। ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିଇନ୍‌ଫ୍ଲାମେଟୋରୀ ହେବା ସହ ଏହାର ଆଣ୍ଟିଟ୍ୟୁମର ଗୁଣ କର୍କଟ ରୋଗରୁ ବି ସୁରକ୍ଷିତ ରଖିପାରେ। ବିଶେଷକରି ଏହି ଫଳକୁ ଖାଇବା ଦ୍ବାରା ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟର ଆଶଙ୍କା କମ୍‌ ହୁଏ।

- Advertisement -

କମଳମ୍‌ ଫଳର ଫେସ୍‌ପ୍ୟାକ ତ୍ବଚା ପାଇଁ ଖୁବ୍‌ ଉପକାରୀ। ଏହାର ଶସରେ ଆବଶ୍ୟକ ପରିମାଣର ଦହି ମିଶାଇ ମୁହଁରେ ଲଗାଇପାରିବେ।

 

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories