www.samajalive.in
Sunday, December 14, 2025
15.1 C
Bhubaneswar

ଆଜି ବ୍ରହ୍ମପୁର କୋର୍ଟରେ ହାଜର ହେବେ ଅଭୟ ଓ ଆକାଶ

ବ୍ରହ୍ମପୁର: ଟାଟାରେ ନିଯୁକ୍ତି ନାଁରେ ଠକେଇ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲାରେ ଜଙ୍ଗଲ ବିଭାଗ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଯୋଡ଼ା ଯାଇଛି। ଏହି ୩ଟି ମାମଲାରେ ଅଭୟ ଓ ଆକାଶଙ୍କୁ ରିମାଣ୍ଡ ଦେବା ପାଇଁ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ସୋମବାର ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆବେଦନ କରାଯାଇଥିଲା। ରିମାଣ୍ଡ ଦେବା ସଂକ୍ରାନ୍ତ ଆବେଦନକୁ ବ୍ରହ୍ମପୁର ଏସଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ମଞ୍ଜୁର କରିଛନ୍ତି। ଫଳରେ ୩ ମାମଲାରେ ରିମାଣ୍ଡ ଦେବା ପାଇଁ ଅଭୟ ଓ ଆକାଶଙ୍କୁ ମଙ୍ଗଳବାର ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। ଅଭୟ ଓ ଆକାଶ ଏବେ ଝାରପଡ଼ା ଜେଲରେ ଥିବାରୁ ଉଭୟଙ୍କୁ ବ୍ରହ୍ମପୁରକୁ ଆଣିବା ପାଇଁ ଏକ ପୁଲିସ୍ ଟିମ୍ ସୋମବାର ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛି। ମଙ୍ଗଳବାର ପୁଲିସ ଟିମ୍ ଅଭୟ ଓ ଆକାଶଙ୍କୁ ଝାରପଡ଼ା ଜେଲରୁ ବ୍ରହ୍ମପୁରକୁ ଆଣି ଏସଡିଜେଏମ୍ କୋର୍ଟରେ ହାଜର କରିବେ। କୋର୍ଟରେ ହାଜର କରାଯାଇ ଉଭୟଙ୍କ ନାଁରେ ଆନୁଷ୍ଠାନିକ ଭାବେ ୩ଟି ମାମଲା ଯୋଡ଼ାଯିବ। ଏହା ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପଙ୍କୁ ମଧ୍ୟ ଏହି ୩ଟି ମାମଲାରେ ରିମାଣ୍ଡ ଦିଆଯାଇଛି। ଏଥିପାଇଁ ଗତ ୪ ତାରିଖରେ ପ୍ରଦୀପଙ୍କ ଝାରପଡ଼ା ଜେଲରୁ ୍ଅଣାଯାଇ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପ୍ରଦୀପ ୪ ତାରିଖଠାରୁ ୬ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଥିଲେ। କୋର୍ଟ ନିର୍ଦେଶ ଅନୁସାରେ ପ୍ରଦୀପଙ୍କୁ ରବିବାର ପୁଣି ବ୍ରହ୍ମପୁର ମଣ୍ଡଳ କାରଗାରରୁ ଝାରପଡ଼ା ଜେଲକୁ ଫେରାଇ ନିଆଯାଇଛି। ଏହା ପୂର୍ବରୁ ରବିବାର କୁକୁଡ଼ାଖଣ୍ଡିଠାରେ​‌ ପ୍ରଦୀପଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories