www.samajalive.in
Sunday, December 14, 2025
23.1 C
Bhubaneswar

ବିରଳ ପ୍ରେମର ନିଦର୍ଶନ

୨୦୧୩ରେ କାଲିଫର୍ଣ୍ଣିଆନିବାସୀ ଦମ୍ପତି ଲେସ୍ ବ୍ରାଉନ୍ ଓ ହେଲେନ୍ ପ୍ରାଣ ହରାଇଥିଲେ। ହେଲେ ସେମାନଙ୍କ ଗଭୀର ପ୍ରେମର ନିଦର୍ଶନ ଆଜି ପର୍ଯ୍ୟନ୍ତ ଗଣମାଧ୍ୟମଠାରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ସେହି ବର୍ଷ ଦୁହେଁ ନିଜର ୭୫ତମ ବିବାହ ବାର୍ଷିକୀ ବେଶ୍ ଧୁମ୍‌ଧାମ୍‌ରେ ପରିବାରଲୋକଙ୍କ ସହ ପାଳିବାର ୨ ମାସ ପରେ ମାତ୍ର ଗୋଟିଏ ଦିନ ବ୍ୟବଧାନରେ ପ୍ରାଣ ହରାଇଥିଲେ। ମୃତ୍ୟୁବେଳକୁ ଦୁହିଁଙ୍କୁ ୯୪ ବର୍ଷ ହୋଇଥିଲା, ବିଦ୍ୟାଳୟରେ ପଢ଼ିବା ସମୟରୁ ହିଁ ସେମାନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେଲା। ବାପା-ମା’ଙ୍କ ବିରୋଧ ସତ୍ତ୍ବେ ଲେସ୍-ହେଲେନ୍ ବିବାହ କଲେ, ପରବର୍ତ୍ତୀ ସମୟରେ ସେମାନଙ୍କ ଦାମ୍ପତ୍ୟ ଜୀବନର ପ୍ରଗାଢ଼ ପ୍ରେମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେଲା। ୧୯୩୭ ସେପ୍ଟେମ୍ବର ୧୯ରେ ସେମାନେ ସାଙ୍ଗସାଥିଙ୍କ ଗହଣରେ ବିବାହ କଲେ। ଦାମ୍ପତ୍ୟ ଆରମ୍ଭ ବେଳେ ବେଶ୍ କଷ୍ଟରେ ଜୀବନ ଅତିବାହିତ କରିବାକୁ ପଡିଥିଲା। ଲେସ୍‌ଙ୍କୁ ଚାକିରି ମିଳୁନଥାଏ, ଏଣେ ଘରଲୋକଙ୍କ ସହଯୋଗ ନାହିଁ। ହେଲେ ମନକୁ ଦୁର୍ବଳ ନ କରି ସେମାନେ ଆଜୀବନ ସାଥି ହୋଇ ରହିବା ନିମନ୍ତେ ବଦ୍ଧ ପରିକରର ନିଷ୍ପତ୍ତି ନେଲେ। ସମୟକ୍ରମେ ସେମାନଙ୍କ ଆର୍ଥିକ ସ୍ଥିତି ସୁଧୁରିଲା, ୨ଟି ସନ୍ତାନ ଜନ୍ମ ପରେ ହେଲେନ୍ କର୍କଟରୋଗରେ ଆକ୍ରାନ୍ତ ହେଲେ। ସ୍ବାମୀ ଲେସ୍ ପତ୍ନୀଙ୍କ ଚିକିତ୍ସାରେ ନିଜ ଘର ପର୍ଯ୍ୟନ୍ତ ବିକ୍ରି କରି ତାଙ୍କ ଜୀବନ ରକ୍ଷା କଲେ। ହେଲେନ୍‌ଙ୍କ ଚିକିତ୍ସାରେ ମାତ୍ରାଧିକ ଟଙ୍କା ଖର୍ଚ୍ଚ କରିବା ପରେ ସେମାନଙ୍କ ସ୍ଥିିତି ପୂର୍ବଭଳି ହୋଇଗଲା। ଏଇ ସମୟରେ ହେଲେନ୍‌ଙ୍କ ପରିବାର ଲୋକ ମଧ୍ୟ ବିଭିନ୍ନ ଉପାୟରେ ସେମାନଙ୍କୁ ହଇରାଣ କଲେ। କାରଣ, ହେଲେନ୍‌ଙ୍କ ବାପା-ମା’ ଚାହିଁଲେ ତାଙ୍କ ଝିଅ ଘରକୁ ଫେରିଆସି ଅନ୍ୟ ଜଣେ ଧନୀ ଲୋକକୁ ବିବାହ କରୁ। ହେଲେନ୍ କିନ୍ତୁ କାହା କଥା ନ ଶୁଣି ସ୍ବାମୀଙ୍କ ସହ ଦମ୍ଭ ହୋଇ ଛିଡ଼ା ହେଲେ। ଇତିମଧ୍ୟରେ ସେମାନେ ବର୍ଷ ପରେ ବର୍ଷ ଅତିକ୍ରମ କରି ନିଜର ୭୫ତମ ବିବାହ ବାର୍ଷିକୀ ପାଳନ କଲେ। ଦୁହିଁଙ୍କ ମଧ୍ୟରେ ଏତେ ନିବିଡ଼ତା ଥିଲା ଯେ ମାତ୍ର ଗୋଟିଏ ଦିନ ଅନ୍ତରରେ ହେଲେନ୍ ଓ ଲେସ୍ ପ୍ରାଣ ହରାଇଲେ। କାଲିଫର୍ଣ୍ଣିଆର ଗଣମାଧ୍ୟମରେ ମଧ୍ୟ ସେମାନଙ୍କ ପ୍ରେମର ଏଇ ପ୍ରଗାଢ଼ ସମ୍ପର୍କକୁ ନେଇ ବିଭିନ୍ନ ଖବର ପ୍ରକାଶିତ ହୋଇଛି। n

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories