www.samajalive.in
Sunday, December 14, 2025
16.1 C
Bhubaneswar

ନବ ନିର୍ମିତ ତିନି ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଜୋର୍ ଧରିଛି ପ୍ରସ୍ତୁତି

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ କୁଲୁଣ୍ଡା ପଲସାପାଲିରେ ନିର୍ମାଣଧିନ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମବାସୀ ମାନଙ୍କ ଭିତରେ ଏବେ ବେଶ୍ ଉତ୍କଣ୍ଠା ରହିଛି। ଆସନ୍ତା ୨୨ତାରିଖରେ ଏହାର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ଦେବାଦେବୀ ପୀଠ ଗୁଡ଼ିକ ହେଉଛି  ଗ୍ରାମପତି, ନୂନିଆଇ, ହିର୍ଲିପଳିଏଁନ୍ଓ ବାରଭାଇ ନାଥ । ଏହି ଦେବାଦେବୀ ପୀଠ ଗୁଡ଼ିକ ଶତାଧିକ ବର୍ଷରୁ ଏହି  ସ୍ଥାନରେ ରହି ପୂଜା ପାଇ ଆସୁଥିଲେ ଦୁର୍ଗମ ବୁଦା ଭିତରେ ରହି ସେଇ ସ୍ଥାନକୁ ଯିବାକୁ ରାସ୍ତାଟିଏ ବି ନଥିଲା। ବିଷଧର ସରୀସୃପ ମାନଙ୍କର ବାସସ୍ଥଳି ରହିଥିଲା ଆଖପାଖରେ। କାଳକ୍ରମେ ଶ୍ରଦ୍ଧାଳୁ ଲୋକମାନେ ସେଠାକୁ ଯାଇ ପୂଜାର୍ଚ୍ଚନା କରିବାକୁ ଲାଗିଲେ ନିଜର ନିଜର ମାନସିକ ରଖିଲେ। ଏହି ପୂଜାସ୍ଥଳି ଗୁଡ଼ିକ କୁଳୁଣ୍ଡା ,ପଲସାପାଳି ଓ ବାଞ୍ଜିପାଲି ମଝିରେ ରହିଛି ତେଣୁ ତିନି ଗ୍ରାମର ଲୋକମାନେ ସେହିଠାରେ ଏହି ଦେବା ଦେବୀଙ୍କ ପାଇଁ ମନ୍ଦିର ନିର୍ମାଣ କରିବା  ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଏଠାରେ ଏକ ପ୍ରାକୃତିକ ଜଳର ଉତ୍ସ ରହିଛି ଯେଉଁଥିରେ ଖରା ବର୍ଷ ଶୀତ ସବୁଦିନେ ଆପେ ଆପେ ପାଣି ବାହାରି ଥାଏ, ଯେଉଁ ପାଣିରେ ଆଖ ପାଖରେ ୧୪ଏକର ଜମିକୁ ପାଣି ମିଳିଥାଏ ତଳି ପକାଇବା ପାଇଁ। ତେଣୁ ସେଇ ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀ କରାଯିବା ପାଇଁ ମଧ୍ୟ ଏକ ରାସ୍ତା ତିଆରି କରାଯାଇଛି। ମନ୍ଦିର ନିର୍ମାଣ ଯୋଜନା ଶୁଣିବା ପରେ ବିଦେଶରେ ରହୁଥିବା କୁଲଣ୍ଡାର ରଙ୍କମଣି ପ୍ରଧାନ ମନ୍ଦିର ନିର୍ମାଣ ପାଇଁ କିଛି ଅର୍ଥ ପ୍ରଦାନ କରିଥିଲେ । ଅବଶିଷ୍ଟ ଅର୍ଥରାଶି ଏହି ତିନି ଖଣ୍ଡ ଗ୍ରାମର ଲୋକମାନେ ମିଶି ନିଜର ସାମର୍ଥ୍ୟ ମତେ ସଂଗ୍ରହ କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ  ଗତ ଅକ୍ଟୋବର ୧୫ତାରିଖରେ। ଆସନ୍ତା ୧୫ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସରିଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେବେ ସେହି ନବ ନିର୍ମିତ ମନ୍ଦିର ଗୁଡ଼ିକର ପ୍ରତିଷ୍ଠା ଆସନ୍ତା ମାଘ ଶୁକ୍ଳପକ୍ଷ ଦଶମୀ ତିଥିରେ ଆରମ୍ଭ ହୋଇ ତ୍ରୟୋଦଶୀ ଦିନ ପୂର୍ଣ୍ଣାହୁତି ପଡିବ ବୋଲି ଜଣାପଡିଛି। ଏହି ପ୍ରତିଷ୍ଠା ଉତ୍ସବର ଆୟୋଜନ ପାଇଁ ଗ୍ରାମବାସୀ ଏବେ ଅଣ୍ଟା ଭିଡିଛନ୍ତି । ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଚୟନ ହୋଇଥିବା ଛଅ ଜଣ କର୍ତ୍ତାଙ୍କ ଦ୍ଵାରା ଗତ ୨୫ତାରିଖରେ ଧ୍ଵଜା ଗାଡ଼ି ଶୁଭସ୍ଥମ୍ଭ ସ୍ଥାପନ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ପାଇଁ କମିଟି ଗଠନ ବି ହୋଇସାରିଛି। କୁଳମଣି ପ୍ରଧାନ ଏହି କମିଟିର ସଭାପତି ଥିବା ବେଳେ ରାଜେଶ ପ୍ରଧାନ , ଯୁବରାଜ ପ୍ରଧାନ ଓ ମକରଧ୍ବଜ ପ୍ରଧାନ କୋଷାଧ୍ୟକ୍ଷ ରହିଛନ୍ତି । ସେହିପରି ମୁଖ୍ୟ କମିଟି ରେ ଶିବ ପ୍ରସାଦ ପ୍ରଧାନ,ଭାରତ ପ୍ରଧାନ,ପ୍ରମୋଦ ରଥ, ବିଭୂଦତ୍ତ ପ୍ରଧାନ,ରାଜେଶ ପ୍ରଧାନ,ଗଣେଶ ସାହୁ,କୀର୍ତ୍ତନ ପ୍ରଧାନ ଓ ଦଧିବାମନ ପ୍ରଧାନ  ରହିଥବାବେଲେ ଅନ୍ୟାନ୍ୟ ଦାୟିତ୍ଵ ଗୁଡ଼ିକ ତିନି ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। କର୍ତ୍ତା ଦାୟିତ୍ୱରେ ପ୍ରମୋଦ ରଥ,ବିଷ୍ଣୁଦେବ୍ ପ୍ରଧାନ,ସୁରୁ ପ୍ରଧାନ, ଭରତ ପ୍ରଧାନ ,ବନ୍ଦୋବସ୍ତ ପ୍ରଧାନ ଓ ବିଭୁଦତ୍ତ ପ୍ରଧାନଙ୍କୁ ଚୟନ ହୋଇ ରହିଛନ୍ତି। ଜଗଦୀଶ ପାଣିଗ୍ରାହୀ ,ସରୋଜ ରଥ ଓ ସାଥିଙ୍କୁ ପୂଜାକାର୍ୟ୍ୟ ପାଇଁ  ପଣ୍ଡିତ ଦାୟିତ୍ଵ ଓ ବୁଧୁରାମ ଭୁଏ ଏବଂ ରାଧେଶ୍ୟାମ ଭୂଏ ଝାଙ୍କର ଦାୟିତ୍ଵ ତୁଲାଇବେ ବୋଲି ଜଣାପଡିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories