www.samajalive.in
Sunday, December 7, 2025
18.1 C
Bhubaneswar

ଛକ ସ୍ଥିତ ନଳକୂପ କହୁଛି ଅତାବିରା ଜଳ ପରିମଳ କଥା

ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସିରେ ପାଣି ପାଇଁ ଲୋକେ ଡହଳବିକଳ। ଯାହା ଦେଖିବାକୁ ମିଳିଛି ଜାତୀୟ ରାଜପଥ କଡ଼ରେ ଥିବା ଟେଲିଫୋନ ଏସ୍କଚେଞ୍ଜ ଛକରେ। ଏହି ଛକ ଦେଇ ରାତି ପାହିଲେ ହଜାର ହଜାର ଗାଡି ମଟର ଯିବା ଆସିବା କରୁଥିବାବେଳେ ବହୁ ଲୋକଙ୍କ ଭିଡ଼ ଜମି ରହିଥାଏ। ଲୋକେ ପାଣି ଟୋପେ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍‌ମୁଖୀନ ହୋଇଥାନ୍ତି। ଏନଏସି ପକ୍ଷରୁ ଏକ ମାତ୍ର ନଳକୂପ ଖନନ ହୋଇଛି ସତ, ହେଲେ ସେଥିରୁ ଲୁହା ପାଣି ବାହାରୁ ଥିବାରୁ ତାହା ପାନୀୟ ଯୋଗ୍ୟ ହେଇପାରୁନାହିଁ। କିନ୍ତୁ ରକ୍ଷଣବେକ୍ଷଣ ଅଭାବରୁ ନଳକୂପର ପାରିପାର୍ଶ୍ୱିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ଅଳିଆ ଆବର୍ଜନା ମୟ ହେବା ଯୋଗୁଁ ପାଣି ଟୋପେ ପାଇଁ ନଳକୂପକୁ ଯିବା ପାଇଁ ଲୋକେ ନାକ ଟେକୁଛନ୍ତି। ତେବେ ଏହି ବାଟ ଦେଇ ନୀତି ପ୍ରଶାସନିକ ଅଧିକାରୀ ତଥା ବିଭାଗୀୟ ଅଧିକାରୀମାନେ ଯିବାଆସିବା କରୁଥିଲେ ହେଁ ଅଳିଆ ଆବର୍ଜନା ସହ ଭଙ୍ଗା ଦଦରା ହେଇ ପଡିରହିଥିବା ନଳକୂପ କୁ କାହାରି ନଜର ପଡୁନଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇପଡିଛି। ଆଗକୁ ଖରା ଦିନ ଆସୁଛି । ପାଣି ପିଇ ନ ପାରିଲେ ବି ମୁହଁ ହାତ ଧୋଇବା ପାଇଁ ମଧ୍ୟ ନଳକୂପ ଅଯୋଗ୍ୟ ମନେ ହେଉଛି ଏହାର ପରିବେଶ ଦେଖି । ତେବେ ପରିମଳ ବିଭାଗର  ଅବହେଳା ନା ଅପାରଗତା ତାହା ବିଭାଗୀୟ ଅଧିକାରୀ ମାନେ ହିଁ ଜାଣିଥିବେ। ଆଉ କେତେ ଦିନ ବିତିଲେ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ପଡିବ ତାକୁ ଅନେଇ ରହିଛନ୍ତି ଅଞ୍ଚଳବାସୀ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories