www.samajalive.in
Sunday, December 7, 2025
16.1 C
Bhubaneswar

୧୩୭ କ୍ୱିଣ୍ଟାଲ ଗଂଜେଇ ସହ କାର ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ପୁଣି ଗଞ୍ଜେଇ ଜବତ । ଗଞ୍ଜେଇ ଜବତ କଲା ମୈଦାଲପୁର ଫାଣ୍ଡି ପୋଲିସ । କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ଅନ୍ତର୍ଗତ ମଇଦଲପୁର ଫାଣ୍ଡି ନିକଟରେ ଗୋଟିଏ ସିଲଭର ରଙ୍ଗର କାରକୁ ଅଟକାଇ ଗାଡିରୁ ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଜି ପାପଡାହାଣ୍ଡି ପୋଲିସ ଖବର ପାଇ ମଇଦଳପୁର ଫାଣ୍ଡି ନିକଟରେ ଜଗିରହି ସନ୍ଦେହ ଜନକ ଅବସ୍ଥାରେ ଯାଉଥିବା ଏକ ସିଲଭର ରଙ୍ଗର କାରକୁ ଅଟକାଇ ସେଥିରେ ଗଂଜେଇ ଥିବା ଜାଣି ଗାଡି ସହ ଡ୍ରାଇଭରକୁ ଅଟକ ରଖି ତଲାସ କରିବା ପରେ ଗାଡି ଡ଼ିକିରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜାଣିବା ପରେ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁ ସୁଦନ ମାଝୀଙ୍କ ଉପସ୍ଥିତିରେ ଗଂଜେଇ ଓଜନ କରିବା ପରେ ସେଥିରେ ୧୩୭କେଜି ଗଂଜେଇ ଥିବା ଜଣାପଡିଥିଲା । ଏଥିସହ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମହମଦ ସାକିନ ଆନସାରୀକୁ ଗିରଫ କରିଥିଲେ। କାରଟି ଜୟପୁରରୁ ଝାରଖଣ୍ଡ ଯାଉଥିଲା। ଗଂଜେଇ ସବୁ ଛୋଟ ଛୋଟ ପ୍ୟାକେଟରେ ଭର୍ତି ଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗାଡି ଚଢାଉ ସମୟରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ସୂବେନ୍ଦୁ ଶବର, ମଇଦଳପୁର ଫାଣ୍ଡି ଅଧିକାରୀ ଅନକ୍ଷମୁ ଦିଆନ ପ୍ରମୁଖ ସାମିଲ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories